ପ୍ରଚଣ୍ଡ ରୌଦ୍ରତାପରେ ଜଳଦାନ

ପ୍ରଚଣ୍ଡ ରୌଦ୍ରତାପରେ ଜଳଦାନରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା।ପବିତ୍ର ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ତଥା ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଉପଲକ୍ଷେ ଆଜି ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମଗିରି ବଜାର ଫିଲ୍ମ ହଲ୍ ଛକ ଠାରେ ଜଳ ଛାତ୍ର ଶୁଭାରମ୍ଭ କରାଯାଇଛି।ବିଜୁ ଜନତା ଦଳ ସଭାପତି ତଥା ବିରୋଧିଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ଉପସ୍ଥିତି ରହି ଜଳଛତ୍ର ଆରମ୍ଭ କରିଛନ୍ତି। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରହି ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା ଉପାଧ୍ୟକ୍ଷା ମାଳିନୀ ଦଳାଇ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ଜଳ ଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ବେଣ୍ଟପୁର ସରପଞ୍ଚଙ୍କ ପ୍ରତିନିଧି ସର୍ବେଶ୍ଵର ଦଳାଇ, ବ୍ରହ୍ମଗିରି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନନ୍ଦ କିଶୋର ବିଶ୍ୱାଳ, ବ୍ରାହ୍ମଣୀଆ ପଞ୍ଚାୟତ ସରପଞ୍ଚ ନିରଞ୍ଜନ ସେଠୀ, ସମିତି ସଭ୍ୟ ବବିତା ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳର ବରିଷ୍ଠ ନେତା ଭଗବାନ ନାୟକ, ମହିଳା ନେତ୍ରୀ ମାନସୀ ହରିଚନ୍ଦନ, ଘଟକୂଦି ପଞ୍ଚାୟତ ସମିତି ସଭ୍ୟ ରାକେଶ ଭଟ୍ଟ ଓ କୁସୁବେଣ୍ଟି ପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ବୃନ୍ଦାବନ ପ୍ରଧାନ ଏବଂ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *