ଅଦିନିଆ ବର୍ଷା ଯୋଗୁଁ ଚାଉଳ ଖଣିରେ ପଶିଲା ପାଣି ।
ସୋରଡ଼ା – ଗତ କିଛିଦିନ ହେବ ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷା ଲାଗି ରହିଛି ।ତେବେ ସଞ୍ଚିତ କରି ଚାଉଳ କୁ ଖଣିଭିତରେ ସୁରକ୍ଷିତ କରି ରଖିଥାନ୍ତି ଚାଷୀ ।କିନ୍ତୁ ଅଦିଆନି ବର୍ଷା ଯୋଗୁଁ ଖଣି ଭିତରେ ପାଣି ପଶି ନଷ୍ଟ ହୋଇଯାଇଛି ହଜାରେ କିଲୋ ରୁ ଉର୍ଦ୍ଧ ଚାଉଳ।ତେବେ ଗଞ୍ଜାମ ସୋରଡ଼ା ଗୁଣ୍ଡିରବାଡି ଗାଁ ର ଶଙ୍କର ଗୌଡ଼ ଙ୍କ 17 ବସ୍ତା ଚାଉଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ବର୍ଷକର ଖାଦ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ଏବେ ବର୍ଷତମାମ ଚଳିବେ କେମିତି ତାକୁ ନେଇ ଚିନ୍ତାରେ ଚାଷୀ ।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
