ବୋଇତ ବନ୍ଦାଣ ପରେ ଜଳ ପାଲଟିଛି ଜହର, ସ୍ବଛତା ପ୍ରତି ପ୍ରଶାସନର ନଜର ନାହିଁ

ଗଣିଆ -କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ ପାଇଁ ଚଳଚଞ୍ଚଳ ହୋଇପଡିଥିଲା ଗଣିଆ । କଦଳୀ ପଟୁକା ଠାରୁ ଆରମ୍ଭ କରି କାଗଜ,ସୋଲରେ ତିଆରି ଡଙ୍ଗା ତିଆରି କରି ଲୋକେ ନିକଟରେ ଥିବା ପୋଖରୀ,ନଦୀ,ନାଳ, ଗାଡିଆରେ ଭସାଇଥିଲେ। ଅନେକ ଆନନ୍ଦ ଉଲ୍ଲାସରେ ପର୍ବଟି ପାଳିତ ହେବା ପରେ ପୋଖରୀ ହେଉ ଅବା ନାଳ ସେଠାରେ ପଡିଥିବା ସେହି ଅଳିଆ ଆବର୍ଜ୍ଜନା ସଫା କରିବାକୁ କେହି ବି ଆଗଭର ହେଉନଥିବା ଲକ୍ଷ୍ୟ କରାଯାଇଛି । ସ୍ବଛ ଭାରତ ଅଭିଯାନ ଠାରୁ ଆରମ୍ଭ କରି ସ୍ବଛତା ପକ୍ଷ ସମସ୍ତେ ପାଳନ କରୁଛନ୍ତିି କିନ୍ତୁ ଏହି ପୋଖରୀ ନାଳ ଗୁଡିକର ପରିଷ୍କାର ପରିଚ୍ଛନ୍ନ ଉପରେ କେହି ଦୃଷ୍ଟି ଦେଉ ନାହାନ୍ତି । ଗଣିଆ ବ୍ଳକର ୮ଟି ପଞ୍ଚାୟତରେ ଥିବା ଜଳାଶୟ ଗୁଡିକରେ ଏବେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଜଳାଶୟ ଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଅନାବନା ଗଛଲତାରେ ପରିପୂର୍ଣ ହୋଇଥିବା ବେଳେ ଏବେ ପୁଣି ଡଙ୍ଗା ପଡି ଆହୁରି ଆବର୍ଜ୍ଜନା ସୃଷ୍ଟି କରୁଛି । ଜଳାଶୟ ଗୁଡିକରେ କାଗଜ ଡଙ୍ଗା,କଦଳୀ ପଟୁକା ଏବଂ ସୋଲ ଡଙ୍ଗା ଗୁଡିକ ପଡିରହି ପୂର୍ତ୍ତଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଗଣିଆ ବ୍ଳକର ଏଭଳି ଅନେକ ଜଳାଶୟର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ଜଳାଶୟ ସଂସ୍ପର୍ଶରେ ଆସି ଜନସାଧାରଣଙ୍କର ଅନେକ ଚର୍ମରୋଗ ହୋଇଥିବା ଜଣାପଡିଛି । ତେବେ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ବ୍ଳକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *