ଜଳ ହେଉଛି ଜୀବନ ଜୀବନ ସାଙ୍ଗେ ରେ ଲଢ଼େଇ

ରାଇଘର, ଏମିତି ଅବସ୍ତା ଦେଖିବାକୁ ମିଳୁଛି ଆଦିବାସୀ ଜଲଙ୍ଗ ପାରା ଗ୍ରାମ ସାହିରେ ୩୦ ରୁ ଅଧିକ ପରିବାର ବାଷୋ କରୁଛି। ଗୋଟିଏ ମାତ୍ର ନଲ୍ କୁଆ ଥିବା ଯୋଗୁ ସାହି ବାସିନ୍ଦା ଲୋକ ମାନ ଙ୍କୁ ବହୁତ ଅସୁବିଧା ର ସମ୍ମୁଖିନ ହେବାକୁ ପଢ଼ୁଛି। ଏହି ଗ୍ରାମର ସାହି ବାସିନ୍ଦା ଲୋକମାନେ ସରପଞ୍ଚ ଙ୍କୁ ଗୋଟିଏ ନଳ କୁଆ ଦେବା ପାଇଁ ବାରମ୍ବାର ଅଭିଯୋଗ କରୁଥିବା ସର୍ଥେ ବି ଏପର୍ଯ୍ୟନ୍ତ ଗୋଟିଏ ନଳ କୁଆ ଦେଇ ପାରିଲେ ନାହିଁ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଞ୍ଚାୟତ ଜଲଙ୍ଗ ପାରା ଅନ୍ତର୍ଗତ ଆଦିବାସୀ ଜଲଙ୍ଗ ପାରା ଗ୍ରାମ ର ସାହି ଲୋକମାନେ ଟୋପାଏ ପାଣି ପାଇଁ ନଳ କୁଆ ପାଖକୁ ଘଣ୍ଟା ଘଣ୍ଟା ଧରି ସାହି ଲୋକ ମାନେ ଅପେକ୍ଷା କରିବାକୁ ପଡ଼ୁଛି l ଏହି ଆଦିବାସୀ ଜଲଙ୍ଗ ପାରା ଗ୍ରାମ ର ସାହି ବାସିନ୍ଦା ଲୋକମାନେ କହୁଛି ଇଲେଶ୍ନ ବେଳେ ନେତା ମାନେ କହୁଥିଲା କାହାର କୈାଣସି ଅସୁବିଧା ଅଛି କି ଇଲେଶ୍ନ ସରିବା ମାତ୍ରେ କିଏ କାହାକୁ ପଚାରୁ ନାହିଁ ବୋଲି କହୁଛି ସାହି ଲୋକ ମାନେ। ଏହି ଗ୍ରାମର ସାହି ବାସିନ୍ଦା ଲୋକମାନେ ସରକାର ପାଖକୁ ଅନୁରୋଧ କରୁଛି ଏହି ସାହି ରେ ଗୋଟିଏ ନଳ କୁଆ ଦେଆଯାଉ ବୋଲି ଆଶା ରଖିଛନ୍ତି।

ରାଇଘର ରୁ ଦୀପଙ୍କର ଡାକୁଆ ସହ ପ୍ରଦୀପ ଶିକଦାର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *