ଜଳ ଅର୍ପଣ ଦିବସ ପାଳିତ।
ରଘୁନାଥପୁର ତା ୨୨/୧:-ଗତ ବୁଧବାର ଅପରାହ୍ନ ରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ବରାଗୋଳ ଗ୍ରାମପଞ୍ଚାୟତ ଠାରେ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି।ସରପଞ୍ଚ ଜୟନ୍ତୀ ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଗ୍ରାମ୍ୟପାନୀୟଜଳ ବିଭାଗ ଅଧିକ୍ଷଣଯନ୍ତ୍ରୀ ଜ୍ୟୋତିରଞ୍ଜନ ଦାସ ଯୋଗଦେଇ ଆଜିକାସମୟରେ ଜନସାଧାରଣ ଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି ବୋଲି ମତରଖିବା ସହିତ ଏହାର କିପରି ସଦଉପଯୋ କରାଯାଇପାରିବ ଉପସ୍ଥିତ ଜନସାଧାରଣ ଙ୍କୁ ବୁଝାଇ ଥିଲେ।ଏଥିରେ ରଘୁନାଥପୁର ପାନୀୟ ଜଳବିଭାଗର ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର କୁମାର ସେଠି ଯୋଗଦେଇ ଗ୍ରାମାଞ୍ଚଳ ରେ ପାନୀୟଜଳ କିପରି ସବୁପରିବାର ନିକଟରେ ପହଞ୍ଚି ପାରିବ ସରକାର ଙ୍କ ଯୋଜନାକୁ ଭୂୟୀୟସୀ ପ୍ରସଂଶା କରିବା ସହିତ ନିଜବିଭାଗ କର୍ମଚାରୀ ମାନେ ଜନସାଧାରଣ ଙ୍କୁ ପାନୀୟ

ଜଳଯୋଗାଇବାପାଇଁ କିପରି ଅହରହ ଉଦ୍ୟମ କରନ୍ତି ତାହା ପ୍ରକାଶ କରିଥିଲେ।ଏହି ଉତ୍ସବକୁ ଅଧିକ ସରସ ସୁନ୍ଦର ଓ ସଚେତନତା କରିବା ପାଇଁ ସ୍ଥାନୀୟ ବିଦ୍ୟାଳୟ ର କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ପାନୀୟ ଜଳ ର ଆବଶ୍ୟକତା ବକୣତା ପ୍ରତିଯୋଗୀ ତା ସହିତ ଚିତ୍ରାଙ୍କନ ପ୍ରତିଯୋଗୀ ତା କରାଯାଇଥିଲା।ଏଥିରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ ଶେଷରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମ ପ୍ରାରମ୍ଭରେ ସରପଞ୍ଚ ଶ୍ରୀମତୀ ଦାସ ଅତିଥି ମାନଙ୍କୁ ଉତ୍ତରରୀୟ ଓ ପୁଷ୍ପଗୁଛଦେଇ ସ୍ବାଗତ କରିଥିଲେ।ରଘୁନାଥପୁର ପାନୀୟ ଜଳ ଯନ୍ତ୍ରୀ ମନୋରଂଜନ ଦେହୁରୀ ଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦାଶ ଯୋଗଦେଇ ଜଳ ଅର୍ପଣ ଦିବସର ଉଦେଶ୍ୟ ଉପରେ ନିଜନିଜର ମତରଖିଥିଲେ।
