ଲୌହମୁକ୍ତ ପାନୀୟ ଜଳ ବିଶୁଦ୍ଧିକରଣ ପ୍ରକଳ୍ପ ଲୋକାର୍ପିତ
କୋଣାର୍କ,୨୨.୦୩( ) : ଗୋପ ବ୍ଲକ ଅନ୍ତର୍ଗତ ସୁତନ ଗ୍ରାମପଞ୍ଚାୟତର ହାଟୁଆଦଣ୍ଡା, ଭିଙ୍ଗୁରାଡ଼ିହି ଓ ସୁତନ ଗ୍ରାମରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋଲାର ଓ ଲିଭ ପିଓର ଫାଉଣ୍ଡେସନଙ୍କ ମିଳିତ ସହଯୋଗରେ ଗ୍ରାମବାସୀ ମାନଙ୍କୁ ସୌରଶକ୍ତି ଚାଳିତ ଲୌହମୁକ୍ତ ବିଶୁଦ୍ଧ ପାନୀୟ ଜଳ ବିଶୁଦ୍ଧିକରଣ ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି। ଗ୍ରାମରେ ଥିବା ସରକାରୀ ନଳକୂପର ଜଳକୁ ପମ୍ପ ଜରିଆରେ ସୌର ଚାଳିତ ଲୌହ ଜଳ ଅବସାରଣ ପ୍ରକଳ୍ପମାନ ସ୍ଥାପନ କରି ଏକ ସରଳ ଜଳ ବିଶୁଦ୍ଧି କରଣ ପ୍ରକ୍ରିୟା ମାଧ୍ୟମରେ ଜଳରୁ ହାନି କାରକ ବର୍ଯ୍ୟ ବାହାର କରି ବିଶୁଦ୍ଧ ପାନୀୟ ଜଳ ପାଇବାର ବ୍ୟବସ୍ଥା କରିବା ସହ ତାହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ନେବା ସହିତ ଗ୍ରାମବାସୀ ଓ ଗ୍ରାମରେ ଥିବା ଜଳ ଓ ପରିମଳ କମିଟିକୁ ଏକ ହସ୍ତାନ୍ତର ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ହାଟୁଆଦଣ୍ଡା ଗ୍ରାମ୍ୟ କୋଠ ଘରଠାରେ ଏକ ସାଧାରଣ ସଭାରେ ସୁତନ ପଂଚୟତର ସରପଞ୍ଚ ମେନକା ବେହେରା, ସମିତିସଭ୍ୟ କାଶୀନାଥ ନାୟକ, ଗ୍ରାମର ସଭାପତି ପୂର୍ଣଚନ୍ଦ୍ର ସାହୁ, ସୋଲାର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, ପ୍ରକଳ୍ପ ଅଧିକାରୀ ଚିତ୍ତରଞ୍ଜନ ପରିଡା, ଏମଇ. କନସଲଟାଣ୍ଟ ପୂର୍ଣଚନ୍ଦ୍ର ମହନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗୋପ ବ୍ଳକର ସୁତନ, ତରକର, କୁଆପଡା ଓ ଅନ୍ୟ ଆଖ ପାଖ ପଞ୍ଚାୟତରେ ଘଟୁଥିବା ଜଳ ଜନିତ ସମସ୍ୟା ଓ ବିକାଶର ସମାଧାନ ପାଇଁ ଲିଭ ପିଓର ଫାଉଣ୍ଡେସନର ଆର୍ଥକ ସହାୟତା ରେ ୨୦୨୪- ୨୫ ବର୍ଷରେ ଗୋପ ବ୍ଲକରେ ୧୦ଟି ଏବଂ କାକଟପୁର ବ୍ଲକରେ ୧୦ଟି ଲୌହଜଳ ଅପସାରଣ ପ୍ରକଳ୍ପ ସ୍ଥାପନ କରାଯାଇଥିବାରୁ ଉଭୟ ସୋଲାର ଓ ଲିଭପିଓର ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ସୋଲାରର ସ୍ୱେଚ୍ଛାସେବୀ ପ୍ରେମାନନ୍ଦ ସାମନ୍ତରାୟ ଓ ଶିଖାରାଣୀ ବେଉରା ପ୍ରମୁଖ ପରିଚାଳନା କରିଥିଲେ ।
