ପାଣି ପାଇଁ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ

ପାଣି ପାଇଁ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡଗଡ ଗ୍ରାମପଞ୍ଚାୟତ ରେ ଥିବା ହରଭଙ୍ଗି ଜଳସେଚନ ପ୍ରକଳ୍ପ ର ମନମୁଖୀ କାର୍ଯ୍ୟକଳାପ ଯୋଗୁ ଚାଷୀ ହନ୍ତସନ୍ତ l କୃଷକ ହସିଲେ ଦୁନିଆ ହସିବ ଏଭଳି କୃଷକ ମାନଙ୍କ ବିକାଶ ଲାଗି ବିଭିନ୍ନ ପଦକ୍ଷେପ ନେଇଛନ୍ତି ସରକାର କୃଷକ ମାନଙ୍କ ଲାଗି ସରକାର ଜଳ ସେଚନ ପ୍ରକଳ୍ପ କରିଥିବା ବେଳେ ଏଠୀ ପାଣି ପାଇଁ ଚାଷୀ ହାହାକାର l ଆମେ କହୁଛୁ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡଗଡ ପଞ୍ଚାୟତ ରେ ଥିବା ହରଭଙ୍ଗି ଜଳ ସେଚନ ପ୍ରକଳ୍ପ କଥା କୃଷକ ମୁଣ୍ଡ ଉପରେ ଚାଷ ର ଭାର ଥିବାବେଳେ ପାଣି ପାଇଁ କୃଷି ଚିନ୍ତା ରେ । ଏଠି ହର ଭଙ୍ଗି ଜଳ ସେଚନ ପ୍ରକଳ୍ପ ଥିଲେ ମଧ୍ୟ କୌଣସି କାମରେ ଆସୁନି l ହର ଭଙ୍ଗୀ ଡ୍ୟାମ ରେ ପାଣି ଅଛି ଶତ କିନ୍ତୁ ଚାଷୀ ଙ୍କ କାମ ରେ ଲାଗୁନି lଜୁଲାଇ ମାସ ସାରିବାକୁ ବସିଲାଣି ଏ ଯାଏଁ ବିଭାଗୀୟ ଅଧିକାରୀଙ୍କ କେନାଲ କାମ ସରୁନି ଚାଷୀ ପାଣି ପାଇବେ କେବେ ଚାଷ କାର୍ଯ୍ୟ ସମ୍ପାଦନ ହେବ କେବେ ଏହି ହରଭଙ୍ଗୀ କେନାଲ ଉପରେ ପ୍ରାୟ ୨୦୦ ରୁ ଅଧିକ ଗ୍ରାମ ନିର୍ଭର କରନ୍ତି l ଏପଟେ ବର୍ଷା ଋତୁ ରେ ମଧ୍ୟ ଚାଷୀଙ୍କ ପାଇଁ ପାଣିର ସଙ୍କଟ ଦେଖିବାକୁ ମିଳୁଛି l ଶ୍ରାବଣ ସାରିଲାଣି ତଥାପି ଧlନ ରୋଇବା କାର୍ଯ୍ୟ ଏଯାଏଁ ସରିନି କାରଣ ବିଲ ରେ ଟୋପାଏ ପାଣି ନାହିଁ କିଭଳି ସେମାନେ ଧାନ ଚାଷ କରିବେ କିଭଳି ଜୀବନ ଜୀବିକା ବଞ୍ଚିବେ ଧାର କରଜ କରି ଆଣିଥିବା ଟଙ୍କା ସାହୁକାର ଠାରୁ କିଭଳି ରୁଣ ମୁକ୍ତ ହେବେ ତାହ ଚିନ୍ତାରେ ଚାଷୀ ଏ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ଚାଷୀ ମାନେ ପ୍ରକାଶ କରୁଛନ୍ତି l ଆଜି କାଲି କହି ମାସ ମାସ ବିତିଗଲାଣି ତଥାପି ପାଣି ଛାଡିବାର ନା ଧରୁନାହାନ୍ତି ବିଭାଗୀୟ ଅଧିକାରୀ l ଶେଷରେ ଚାଷୀ ଆତ୍ମହତ୍ୟା କରିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ ବୋଲି ଚାଷୀମାନେ କହୁଛନ୍ତି l ଏହାର କାରଣ କଣ ରହିଛି କଣ ପାଇଁ କେନାଲ ରେ ପାଣି ଛାଡୁନାହାନ୍ତି ବିଭାଗୀୟ ଅଧିକାରୀ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି lଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *