ଖରା ପୂର୍ବରୁ ପାନୀୟ ଜଳ ସଙ୍କଟ

ଗ୍ରୀଷ୍ମ ଆସିବା ପୂର୍ବରୁ ପାନୀୟ ଜଳ ସଙ୍କଟ। ଯାହାକୁ ନେଇ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ବିଜାଡିହ ଗାଁ ଛକରେ ଗରା, ବାଲଟି ଧରି ଗ୍ରାମବାସୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ବିଜାଡିହ ଗାଁ ଜୁଆଙ୍ଗ ସାହିର ଲୋକମାନେ ଗତ ମାସେ ହେବ ପାନୀୟ ଜଳ ସମସ୍ୟାକୁ ନେଇ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଯଦିଓ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପାଇପ ବିଛା ହୋଇଛି। ତେବେ କିଛି ଅସାଧୁଙ୍କ ଯୋଗୁଁ ପାନୀୟ ଜଳ ଜୁଆଙ୍ଗ ସାହିକୁ ଯାଇ ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ପ୍ରାୟ ୩୦ ଗୋଟି ପରିବାର ପାନୀୟ ଜଳ ପାଇବାରୁ ବଞ୍ଚିତ ରହିଛନ୍ତି। ଏ ନେଇ ଘଟଣା ସ୍ଥଳରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ପ୍ରହ୍ଲାଦ ନାଥ, କାମାକ୍ଷାନଗର ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତାରୋକ ଉଠିଥିଲା।

Leave a Reply

Your email address will not be published. Required fields are marked *