ଗ୍ରୀଷ୍ମ ଆରମ୍ଭରୁ ନଳକୂପରୁ ବାହାରୁନି ପାଣି

ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ସୃଷ୍ଟି ହେଲାଣି ପାନୀୟ ଜଳ ସମସ୍ୟା। ନିର୍ମାଣ ୩ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଉନି ସ୍ଵଜଳଧାରା ଓଭର ହେଡ ପାଣି ଟାଙ୍କି, କାର୍ଯ୍ୟ ନେଇଥିବା ଠିକାଦାର ଓ ପାନୀୟ ଜଳ ଯୋଗାଣ ବିଭାଗ ଗୋପ ସେକ୍ସନ କନିଷ୍ଠ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ନେଈ ଗ୍ରାମବାସୀଙ୍କ ଉଦବେଗ ପ୍ରକାଶ କରିଛନ୍ତି। ଖବର ଅନୁଯାୟୀ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ସୋରଭା ଗ୍ରାମ ପଞ୍ଚାୟତ ଓଟାଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଠିକାଦାରଙ୍କ ମନମୁଖୀ ଓ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଆରମ୍ଭ ହୋଈ ପାରୁନି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ଵଜଳଧାରା ଅନୁଯାୟୀ ଓଟାଙ୍ଗ ଗ୍ରାମରେ ଥିବା ୭୦ ରୁ ଉର୍ଦ୍ଧ୍ବ ଘରକୁ ଟ୍ୟାପ୍ ମାଧ୍ୟମରେ ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଅସାଧୁ ଠିକାଦାର ମନମୁଖି ନିମ୍ନ ମାନର କାର୍ଯ୍ୟ କରିବାରୁ ନିର୍ମାଣ ପାଣି ଟାଙ୍କିରୁ ପାଣି ବାହାରୁଛି। ଏଥି ସହିତ ପାଇପ ଲାଇନ୍ ଓ ଷ୍ଟାଣ୍ଡ ପୋଷ୍ଟ ସବୁ ଭାଙ୍ଗି ଗଲାଣି। ୩ ବର୍ଷ ବିତି ଯାଇଥିଲେ ମଧ୍ୟ ପାଣି ଯୋଗାଣ ବ୍ୟବସ୍ଥା ହୋଇ ପାରୁନି। ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଠିକାଦାରଙ୍କୁ ସହଯୋଗ କରୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଓଟାଙ୍ଗ ଗ୍ରାମର ନଳକୂପ ଆଇରନ ଯୁକ୍ତ ହୋଇଥିବା ବେଳେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ନଳକୂପ ଗୁଡିକରୁ ପାଣି କମିବାରେ ଲାଗିଛି। ଯାହାକୁ ନେଇ ଗ୍ରାମବାସୀ ମାନେ ଚିତିନ୍ତ ହୋଇଛନ୍ତି। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରି ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ ଉର୍ବଶ୍ରି ଆଚାର୍ଯ୍ୟଙ୍କୁ ଯୋଗାଯୋଗ କଲାରୁ, ଠିକାଦାର ଠିକ ସମୟରେ କାର୍ଯ୍ୟ ସାରି ନାହିଁ ଓ ବିଦ୍ୟୁତ୍ ସଂଯୋଗ ସମସ୍ୟା ଯୋଗୁଁ ଜଳ ଯୋଗାଣ ଆରମ୍ଭ ହୋଇନାହିଁ। କିଛି ଦିନ ମଧ୍ୟରେ ପାଣି ବ୍ୟବସ୍ଥା କରାଯିବ ବୋଲି ଯନ୍ତ୍ରୀ କହିଥିଲେ।

Leave a Reply

Your email address will not be published. Required fields are marked *