ପ୍ରସିଦ୍ଧ ଐତିହାସିକ ଶୈବପୀଠରେ ପାନୀୟଜଳ ଯୋଗାଣ ଅଭାବ

ପ୍ରସିଦ୍ଧ ଐତିହାସିକ ଶୈବପୀଠରେ ପାନୀୟଜଳ ଯୋଗାଣ ଅଭାବ ।
ପୁରୁଷୋତ୍ତମପୁରୁ ୧୬/୨(); ମହାଶିବରାତ୍ରି ଉପଲକ୍ଷେ ଶୈବପୀଠ ଚଳଚଞ୍ଚଳ ବେଳେ ପ୍ରସିଦ୍ଧ ଶୈବପୀଠକୁ ଆସୁଥିବା ଯାତ୍ରୀଙ୍କ ପାଇଁ ପାନୀୟଜଳ ଅଭାବ ରହିଛି । ଏପରି ଦୃଶ୍ୟ ଗଞ୍ଜାମ ଜିଲ୍ଲା ଶୈବପୀଠ ଗୁପ୍ତେଶ୍ବର ମନ୍ଦିରରେ ଦେଖାଦେଇଛି । ଖବରମୁତାବକ ନୁଆଗାଁ ପଞ୍ଚାୟତ ରାଉଳପଲ୍ଳୀ ଗ୍ରାମ ନିକଟସ୍ଥ ପ୍ରସିଦ୍ଧ ଐତିହାସିକ ଶୈବପୀଠ ଗୁପ୍ତେଶ୍ବର ମନ୍ଦିରରେ ପାନୀୟଜଳ ସମସ୍ୟା ରହିଛି । ଗଞ୍ଜାମ ଜିଲ୍ଲା ବାହାରୁ ଏହି ଐତିହାସିକ ଶୈବ ମନ୍ଦିରକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଟୋପାଏ ପିଇବା ପାଇଁ ପାଣି ଓ ମନ୍ଦିର ପୂଜାର୍ଚ୍ଚନା ଅନ୍ନଭୋଗ ନେଇ ବହୁଦିନରୁ ଏହି ପାନୀୟଜଳ ସମସ୍ୟା ରହିଛି । ଫଳରେ ସ୍ଥାନୀୟ ଜୈନିକ ବ୍ଯକ୍ତି ଗୋଟିଏ କୂପ କରିଥିଲେ ମଧ୍ୟ ତାହା ପିଇବା ଓ ମନ୍ଦିର କାର୍ଯ୍ୟ ନେଇ ଅସୁବିଧା ରହିଛି ।ଏଣୁ ଏହି ସମସ୍ୟା ଉପରେ ସ୍ଥାନୀୟ ଜନପ୍ରତିନିଧି କିମ୍ବା ବିଧାୟକ ଗୁରୁତ୍ୱ ଦେଉନଥିବା ଅଭିଯୋଗ ରହିଛି । କେବଳ ପ୍ରଭୁଙ୍କ ଉପରେ ଭରସା ଓ ଆର୍ଶୀବାଦ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ଓ ଭକ୍ତଙ୍କ ଭିଡ ସମାଗମ ହୋଇଥାଏ ବୋଲି ମନ୍ଦିର ସେବାୟତ କହିଛନ୍ତି । ଫଳରେ ଉକ୍ତ ମନ୍ଦିର ସେବାୟତମାନେ ଠାକୁର ସେବା ନେଇ ଜଳ ଓ ଯାତ୍ରୀ ଓ ଭକ୍ତଙ୍କନେଇ ପାନୀୟଜଳ ସମସ୍ୟା ଦୂର କରିବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଆମ କ୍ଯାମେରା ଆଗରେ ମୁହଁ ଖୋଲିଛନ୍ତି । ସେହିଭଳି ମନ୍ଦିରକୁ ଆସୁଥିବା ଯାତ୍ରୀ ଓ ଠାକୁରଙ୍କ ସେବାରେ ଜଳ ଯୋଗାଣ କରିବା ନେଇ କିଛି ଭକ୍ତ ମଧ୍ୟ କ୍ଯାମେରା ଆଗରେ ମୁହଁ ଖୋଲିଛନ୍ତି । ତେଣୁ ଗଞ୍ଜାମ ଜିଲ୍ଲାର ପବିତ୍ର ଐତିହାସିକ ଶୈବପୀଠ ଗୁପ୍ତେଶ୍ବର ମନ୍ଦିରକୁ ପାନୀୟଜଳ ସମସ୍ୟା ଉପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଆକର୍ଷଣ କରି ଗୁପ୍ତେଶ୍ବର ମନ୍ଦିର ପରିସରକୁ ପାନୀୟଜଳ ଯୋଗାଣ ନେଇ ସ୍ଥାନୀୟ ଜନସାଧାରଣଙ୍କ ଦାବି ରହିଛି ।

Leave a Reply

Your email address will not be published. Required fields are marked *