ଜଳ ସେବା କାର୍ଯ୍ୟକ୍ରମ ଉଦ୍ଘାଟିତ।

ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ଆନୁକୁଲ୍ୟରେ ଶ୍ରୀ ଲୋକନାଥ ମାର୍ଗ ଷଣ୍ଢ ଯାଗା ଠାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ମଂଗରାଜଙ୍କ ପୌରହିତ୍ୟରେ ଏକ ଜଳ ସେବା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ପୁରୋହିତ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଜଳ ସେବାର ଗୁରୁତ୍ୱ ବିଷୟରେ ଉଦବୋଧନ ଦେଇଥିଲେ।

ଏଥିରେ ସଂପାଦକ ଡ.ଶଶିକାନ୍ତ ରଥ, ଅଧ୍ୟାପକ ଡ. ବଳରାମ ଦାଶ ଡ. ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ, ସମାଜସେବୀ ନୃସିଂହ ଚରଣ ସାହୁ, ସୁଶ୍ରୀ ପୁଷ୍ପିତା ପଟ୍ଟନାୟକ, ଶ୍ରୀମତୀ ସଂଯୁକ୍ତା ମହାପାତ୍ର, ଶ୍ରୀ କାର୍ତ୍ତିକ ସାହୁ, ଶ୍ରୀ ଶିବ ପ୍ରସାଦ ସ୍ୱାଇଁ, ଓଁମ୍ ପ୍ରଧାନ,ମଧୁସୂଦନ ସାହୁ, ଲକ୍ଷ୍ମୀନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସେବା କାର୍ଯ୍ୟରେ ସାହାଯ୍ୟ କରିଥିଲେ l ଏହି କାର୍ଯ୍ୟ ଗ୍ରୀଷ୍ମ ପ୍ରବାହ ଶେଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚ଼ନା ମିଳିଛି ।

Leave a Reply

Your email address will not be published. Required fields are marked *