ହଂସରା ଗ୍ରାମ ପଞ୍ଚାୟତର ଜଳ ଅର୍ପଣ ଦିବସ ପାଳିତ
ହଂସରା ଗ୍ରାମ ପଞ୍ଚାୟତର ଜଳ ଅର୍ପଣ ଦିବସ ପାଳିତ।
ନୟାଗଡ଼: ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ହଂସରା ଗ୍ରାମ ପଞ୍ଚାୟତର ଜଳ ସଞ୍ଚୟ ଓ ସୁରକ୍ଷା ସନ୍ଦେଶ ପ୍ରସାର ପାଇଁ ଜଳ ଅର୍ପଣ ଦିବସ ତା ୧୧/୦୨/୨୦୨୬ ରିଖ ଉତ୍ସାହପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି।
ଏହି ଅବସରରେ ପ୍ରଭାତ ପେରି ଆୟୋଜିତ ହୋଇ ଗ୍ରାମବାସୀ, ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଯୁବକ-ଯୁବତୀମାନେ ଜଳ ସଞ୍ଚୟ, ଜଳର ସଦ୍ବ୍ୟବହାର ଓ ଜଳ ସ୍ରୋତ ସୁରକ୍ଷା ସନ୍ଦେଶ ପ୍ରଚାର କରିଥିଲେ। ଗାଁ ପରିସରରେ ଜଳ ସଞ୍ଚୟ ବିଷୟରେ ଆକର୍ଷଣୀୟ ରଙ୍ଗୋଲି ଅଙ୍କନ କରାଯାଇ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମ ଅବସରରେ ଜଳ ବନ୍ଧନ, ଜଳ ସଂକଳ୍ପ ଓ ଜଳ ଅର୍ପଣ ମାଧ୍ୟମରେ ସମସ୍ତେ ଜଳ ସଞ୍ଚୟ ଓ ସୁରକ୍ଷା ପାଇଁ ସପଥ ଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ରାଙ୍କନ ଓ ବାଦବିବାଦ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହାର ବିଷୟ ଥିଲା ଜଳ ସଞ୍ଚୟ ଓ ଜଳର ଗୁରୁତ୍ୱ। ଏହା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟ ପରିବେଶିତ ହୋଇଥିଲା, ଯାହା ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା।
ବକ୍ତାମାନେ ଜଳର ଅମୂଲ୍ୟତା ଉପରେ ଆଲୋକପାତ କରି ଦୈନନ୍ଦିନ ଜୀବନରେ ଜଳ ସଞ୍ଚୟ ଅଭ୍ୟାସ କରିବା ସହ ଆଗାମୀ ପିଢ଼ି ପାଇଁ ଜଳ ସୁରକ୍ଷା ସୁନିଶ୍ଚିତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଜଳ ସୁରକ୍ଷା ଓ ସସ୍ଥାୟୀ ବିକାଶ ପାଇଁ ସାମୂହିକ ସଙ୍କଳ୍ପ ଗ୍ରହଣ କରାଯାଇଥିଲା।
