ଜଳ ବିଭାଜିକା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁମାମାହା ପଞ୍ଚାୟତ ର ସ୍ଲୁକିମାହା ଠାରେ ଜଳ ବିଭାଜିକା ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି।ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସନ୍ତୋଷ କୁମାର ଲେଙ୍କା ପ୍ରଦୀପ ପ୍ରଯୋଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ଅଧିକାରୀ ପ୍ରସନ୍ନ ପାତ୍ର,ଅତିରିକ୍ତ ସହକାରୀ ଅଧିକାରୀ ରାଜେଶ ବେହେରା,ସହକାରୀ ଉଦ୍ୟାନ ବିଭାଗ ଅଧିକାରିଣୀ ଲିପ୍ସା ବେହେରା,ସହକାରୀ ମଛ୍ୟ ସମ୍ପଦ ଅଧିକାରିଣୀ ରୋଜାଲିନ ଦାଶ,ବ୍ଲକ ଉପାଧକ୍ଷା ଶ୍ରୀ ମତି ରିନା ପ୍ରଧାନ ଉପସ୍ଥିତ ରହିଥିଲେ।ଜଳ ହିଁ ଜୀବନ,ମାଟି ମାଆ ର ରକ୍ଷା କରିବା ସହିତ ପ୍ରତ୍ୟେକ ଗ୍ରାମ ରେ ଟ୍ରେଞ୍ଚ,ନିର୍ଝର ପୋଖୋରୀ,ଆଡ଼ିବନ୍ଧ, ଆନିକଟ, କ୍ଷେତ,ପୋଖୋରି ନିର୍ମାଣ ରେ ସହଯୋଗ କରିବା ସକାଶେ ପ୍ରକଳ୍ପ ଅଧିକାରୀ ସମସ୍ତ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀ ଙ୍କୁ ଶପଥ ପାଠ କରାଇଥିଲେ। ବେଡାଗୁବା ଠାରେ ପୋଖରୀ ନିର୍ମାଣ ଓ ବାଡାଯିରି ଠାରେ ଚେକଡ଼ମ୍ ନିର୍ମାଣ ସକାଶେ ଭୂମି ପୂଜନ କରାଯିବା ସହିତ କୃଷକ ଓ shg ଗ୍ରୁପ୍ ର ମହିଳା ମାନଙ୍କୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ସକାଶେ ପୁରସ୍କୃତ କରାଯାଇଥିଲା।ଆଜିର ସମସ୍ତ କାର୍ଯ୍ୟକ୍ରମ ରେ ସୁମିତ ମିଶ୍ର ସହଯୋଗ କରିଥିବା ବେଳେ ସାହାରା ତରଫ ରୁ ଏଞ୍ଜିଓ ସୁକାନ୍ତ ନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *