ବେଙ୍ଗପାଣିଆ ସ୍ମୃତି

ପୁରୀ :- ଆଜି ତା 22.1.24 ରିଖ ସୋମବାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆପଣଙ୍କ ସେବାରେ” ଓ ଶହୀଦ ବେଙ୍ଗପାଣିଆ ସ୍ମୃତି ସଂସଦ ତରଫରୁ ପୁରୀ ର ଗଦାଧର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ସୀମା ଆନ୍ଦୋଳନ ର ଅନ୍ୟତମ ଶିଶୁ ଶହୀଦ ବେଙ୍ଗପାଣିଆ ଙ୍କ ସ୍ମୃତି ସ୍ତମ୍ଭ ସମ୍ମୁଖରେ ସକାଳ 10 ଘଟିକା ସମୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇଥିଲା l ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୁରୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଶହୀଦ ସ୍ତମ୍ଭରେ ମାଲ୍ୟାର୍ପଣ ସହ ଶହୀଦ ଙ୍କ ବୀରତ୍ୱ ର ଗାଥା ବର୍ଣ୍ଣନା କରିଥିଲେ l ସେହିପରି ଅନୁଷ୍ଠାନ ର ରାଜ୍ୟ ସଭାପତି ଶ୍ରୀ ଜିତେନ୍ଦ୍ର ମହାପାତ୍ର ଶହୀଦ ବେଙ୍ଗ ପାଣିଆ ଓରଫ ହରିହର ପଣ୍ଡା ଙ୍କ ଅଦମ୍ୟ ସାହସ ଓ ବଳିଦାନ ଉପରେ ଆଲୋକପାତ କରିଥିଲେ l ଉତ୍କଳ ବିଦ୍ୱତ ପରିଷଦ ର ଅଧକ୍ଷ ତଥା ଆପଣଙ୍କ ସେବାରେ ଅନୁଷ୍ଠାନ ର ବରିଷ୍ଠ ମାର୍ଗଦର୍ଶକ ଶ୍ରୀ ମନୋଜ କୁମାର ରଥ ବିଦ୍ୟାଳୟ ପାଠ୍ୟ କ୍ରମ ରେ ଶହୀଦ ଙ୍କ ସାହସ ଓ ପରାକ୍ରମ ନିମନ୍ତେ ତାଙ୍କ ସମ୍ବନ୍ଧରେ ବିଷୟ ବସ୍ତୁ ସ୍ଥାନିତ କରିବା ପାଇଁ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଆହ୍ୱାନ ଦେଇଥିଲେ l

ଏହି କାର୍ଯ୍ୟକ୍ରମ ରେ ସ୍ମୃତି ସଂସଦ ର ସଭାପତି ଶ୍ରୀ ଦାମୋଦର ଦାଶ ଶହୀଦ ଙ୍କ ବଳିଦାନ ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଗଦାଧର ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ଯମୁନା ରାଣୀ ପୂଜପାଣ୍ଡା, କାବେରୀ ବିଶ୍ୱାଳ, ଅପର୍ଣ୍ଣା ମହାପାତ୍ର, ମମତାମୟୀ ପରିଡା ଓ ଶ୍ରୀ ବିମଳ କୁମାର ରାଉତ, ଆପଣଙ୍କ ସେବାରେ ଅନୁଷ୍ଠାନ ର ସଦସ୍ୟ ବିନୋଦ ସେନାପତି, ମୀରାରାଣୀ ଦେବୀ, ଧିରେନ ପ୍ରଧାନ,ଓମ ପ୍ରକାଶ ମହାନ୍ତି, ଶିଶୁ ସଦସ୍ୟ ଓମ ପ୍ରସାଦ ସେନାପତି (ବାବୁନ ) ଓ ଜଗଦୀଶ ପ୍ରଧାନ କାର୍ଯ୍ୟକ୍ରମ ରେ ସହଯୋଗ ଓ ସୁପରିଚାଳନl କରିଥିଲେ l

Leave a Reply

Your email address will not be published. Required fields are marked *