ଜିଉରାରେ ସାନଖେମୁଣ୍ଡି ବ୍ଲକସ୍ତରୀୟ ଜଳ ବିଭାଜିକା ମହୋତ୍ସବ
ଜିଉରାରେ ସାନଖେମୁଣ୍ଡି ବ୍ଲକସ୍ତରୀୟ ଜଳ ବିଭାଜିକା ମହୋତ୍ସବ ବ୍ରହ୍ମପୁର :-୧୦/୨( ) ବୃଷ୍ଟିପୁଷ୍ଟ ଅଞ୍ଚଳରେ ସେଚନ କ୍ଷେତ୍ରକୁ ବ୍ୟାପକ କରି ପ୍ରତି ଚାଷ ଜମିକୁ ଜଳ ଯୋଗାଇବା ସହ ଫସଲ ଉତ୍ପାଦନର କ୍ଷମତା ବୃଦ୍ଧି ନିମନ୍ତେ ଜଳ ବିଭାଜିକା ଉନ୍ନୟନ – ପ୍ରଧାନ ମନ୍ତ୍ରୀ ସିଞ୍ଚାଇ ଯୋଜନା ୨,୦ ଗଂଜାମ ଜିଲ୍ଲା ୨ ଗୋଟି ବ୍ଲକରେ କାର୍ଯ୍ୟ କରୁଛି ।ମୃତ୍ତିକା ସଂରକ୍ଷଣ ଓ ଜଳବିଭାଯିକା ଉନ୍ନୟନ ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଜିଲ୍ଲାର ଭଞ୍ଜନଗର ଏବଂ ସାନଖେମୁଣ୍ଡି ବ୍ଲକରେ ଏହା କାର୍ଯ୍ୟ କରୁଥିବା ବେଳେ ଅଲି ଜିଉରା ପଞ୍ଚାୟତ ଠାରେ ବିଭାଗ ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ଜଳ ବିଭାଜିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସ୍ତରୀୟ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ସଂଶ୍ଳିଷ୍ଟ କୃଷି , ମତ୍ସ୍ୟ , ଉଦ୍ୟାନ ବିଭାଗ ଅଧିକାରୀ କର୍ମଚାରୀଙ୍କ ସହ ବ୍ଲକରେ କାର୍ଯ୍ୟରତ ୯ ଗୋଟି ପଞ୍ଚାୟତର ୫୨ ଗୋଟି ଗାଁରେ କାର୍ଯ୍ୟରତ ୧୩ ଗୋଟି ଜଳ ବିଭାଜିକା ସଂଘ ସଦସ୍ୟ କାର୍ଯ୍ୟକର୍ତ୍ତା ସମୂହ ଯୋଗଦେଇଥିଲେ ।ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସୀମାଞ୍ଚଳ ପାତ୍ର , ଉପାଧ୍ୟକ୍ଷା ରିଙ୍କି ନାୟକ ଜିଲ୍ଲା ପରିଷଦ ସଭ୍ୟା ସୁଲଟା ରାଣୀ ସ୍ୱାଇଁ ,ମମନୀ ପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏହା ସହ ବିଭାଗୀୟ ଅଧିକାରୀଙ୍କ ସହ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର , ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ , ବିଭାଗୀୟ ସହକାରୀ ନିର୍ଧେଶିକା ସୁଶ୍ରୀ ଇପସିତା ମିଶ୍ର , ଉପନିର୍ଦେଶକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ପଟ୍ଟନାୟକ , ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ନରେନ୍ଦ୍ର ପଣ୍ଡା ପ୍ରମୁଖ ମାଞ୍ଚାଷୀନ ରହି ଉପସ୍ଥିତ ଉପଭୋକ୍ତା ଚାଷୀ ଏବଂ ଜଳ ବିଭାଜିକା ସଂଘ୍ କର୍ମକର୍ତ୍ତାଙ୍କ ଠାରେ ଜଳ ସଂରକ୍ଷଣର ବାର୍ତ୍ତା ପ୍ରଦାନ ସହ ସଚେତନତା କରିଥିଲେ ।ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଜଳ ସଂରକ୍ଷଣ କ୍ଷେତ୍ରରେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରିଥିବା ବହୁ କାର୍ଯ୍ୟକର୍ତ୍ତା ଙ୍କୁ ବିଭାଗ ପକ୍ଷରୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଜନ ଓ ମୃତ୍ତିକା ସଂରକ୍ଷଣ ଜନିତ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା lଜୀଉରା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଲୀସା ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାନଖେମୁଣ୍ଡି ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଇଞ୍ଜିନିୟର ସିମଞ୍ଚଳ ସେଠି , ରମାକୃଷ ପଟ୍ଟନାୟକ ଏବଂ ଟି ଜାନକୀ ରାଓ ଙ୍କ ସମେତ ଉଦ୍ୟାନ ଅଧିକାରୀ ସୁରଭି ଗଡ଼ନାୟକ ,ମତ୍ସ୍ୟ ଅଧିକାରୀ ଜୟଶ୍ରୀ ଦେବୀଙ୍କ ସହ ଜିଲ୍ଲା ପ୍ରାଣୀ ବିଭାଗ ପଦାଧିକାରୀ ପ୍ରମୁଖ ପରିଚନା ସହଯୋଗ କରିଥିଲେ ।
