ପବିତ୍ର ଉତ୍କଳ ଦିବସ ରେ ଆମେ ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ

ଆଜି ପବିତ୍ର ଉତ୍କଳ ଦିବସ ରେ ଆମେ ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ କରୁଅଛୁ। ଏଠାରେ ଉପସ୍ଥିତ ସମସ୍ତ ଜନସାଧାରଣ, ସାମ୍ବାଦିକ ଭାଇ ଓ ଭଉଣୀ ମାନେ ତତସହିତ ମୋର ସମସ୍ତ ସହକର୍ମୀ ଓ ଆରକ୍ଷୀ ଭାଇ ଓ ଭଉଣୀମାନଙ୍କୁ ମୋର ଅନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ଏହି ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଇ ଚିତାକର୍ଷକ ପରେଡ କରିଥିବାରୁ ମୋର ଆରକ୍ଷୀ ଭାଇ ଓ ଭଉଣୀ ମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଆଜିର ଦିନ ୧୯୩୬ ମସିହାରେ ଓଡିଶା ପୋଲିସର ପ୍ରତିଷ୍ଠା ହୋଇଥିଲା। ୧୯୩୬ରୁ ନିରନ୍ତର ଭାବରେ ଓଡ଼ିଶାବାସୀଙ୍କ ସେବା କରିଆସୁଛି।

ଏଥି ମଧ୍ୟରେ ଓଡିଶା ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଆହ୍ବାନର ସମ୍ମୁଖୀନ ହୋଇଛି। ଆପଣମାନେ ଜାଣିଥିବେ ଯେ, ଓଡିଶା ପୋଲିସର କିଛି ଆରକ୍ଷୀ ଭାଇ ଓ ଭଉଣୀ ମାନେ ନିଜର ପ୍ରାଣ ବଳିଦାନ ଦେଇ ଓଡିଶାକୁ ନକ୍ସଲବାଦରୁ ମୁକ୍ତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆଜିର ଦିନରେ ଓଡିଶା ପୋଲିସର ସେହି ଆରକ୍ଷୀ ଭାଇ ଓ ଭଉଣୀ ମାନେ ଯେଉଁମାନେକି ଓଡିଶା ଓ ଦେଶ ପାଇଁ ସେମାନଙ୍କର ସର୍ବୋଚ୍ଚ ବଳିଦାନ ଦେଇଛନ୍ତି, ଓଡିଶା ପୋଲିସ ସେମାନଙ୍କୁ ଭକ୍ତିପୂର୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଆଜିର ଦିନରେ ଆମକୁ ପୁଣିଥରେ ସେହି ଶପଥ ନେବାକୁ ପଡିବ ଯେ , ଆମେ ଓଡ଼ିଶାବାସୀଙ୍କୁ ଆଗାମୀ ଦିନରେ ନିରନ୍ତର ଭାବେ ଏହିଭଳି ସେବା ପ୍ରଦାନ କରିବା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛିଯେ ଆମେ ଆଚରଣ ଓ ଉଚ୍ଚାରଣରେ ଦକ୍ଷତା ଏବଂ ପାରଦର୍ଶିତା ପ୍ରଦର୍ଶନ କରିବା । ଆଜି ଦିନରେ ମୋର ସହକର୍ମୀ ବନ୍ଧୁଗଣ ପୁଣିଥରେ ଶପଥ ନେବା ଏବଂ ଆମର ପ୍ରତିବଦ୍ଧତା ଦେଖାଇବା ଯେ , ଆମେ ସଦାସର୍ବଦା ଯେମିତି ପୂର୍ବରୁ ସମସ୍ତଙ୍କୁ ଉକୃଷ୍ଟ ସେବା ଯୋଗାଇ ଆସୁଛୁ ସେହିଭଳି ଭାବେ ଉତ୍ତମ ସେବା ଓଡ଼ିଶାବାସୀଙ୍କୁ ଆମେ ଭବିଷ୍ୟତରେ ଯୋଗାଇ ଦେବୁ ଓ ଆମର କାର୍ଯ୍ଯକୁଶଳତା ଦ୍ବାରା ଓଡିଶା ପୋଲିସ ପାଇଁ ସୁନାମ ଅର୍ଜନ କରିବୁ।

Leave a Reply

Your email address will not be published. Required fields are marked *