ଗାଈଲୋନ ଦେବା ନାଁ ରେ ୪ଟି ପଞ୍ଚାୟତରୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟୁ। ମହିଳାଙ୍କୁ ୪ ଘଣ୍ଟା ଗାଁରେ ଅଟକ ରଖିବା ପରେ ଉଦ୍ଧାର କଲା କୋଣାର୍କ ପୋଲିସ
କୋଣାର୍କ:- କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ର ଚାରିଗାଁ ରେ ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟ ଚକିତ ଘଟଣା।ଗାଁ ର ମହିଳା ଙ୍କୁ ଲୋଭ ଦେଖାଇ ଗାଈ ଲୋନ କରାଇଦେବା ନାଁ ରେ ଲକ୍ଷ ଲକ୍ଷ ଟଙ୍କା ନେଇ 3 ମାସ ପରେ ଲୋନ ନ ମିଳିବାରୁ ସବୁ ମହିଳା ଏକତ୍ରୀତ ହୋଇ।ମହିଳା ଙ୍କୁ ଗାଁରେ 4ଘଣ୍ଟା ଅଟକ ରଖିଥିଲେ। କୋଣାର୍କ ପୋଲିସ ଖବର ପାଇଁ ଟଙ୍କାଅଟକ ମହିଳା ଙ୍କୁ ଉଧାର କରି ତଦନ୍ତ ଚଳାଇଛନ୍ତି। ସୂଚନା ମୁତାବକ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ ରାଇବେରୁଆଁ ଗାଁ ର ଶଖିଲତା ବେହେରା କୁରୁଜଙ୍ଗ ପଞ୍ଚାୟତ ର ଅନେକ ଗାଁ ସହିତ ଗୋପ, କାକଟପୁର ଓ ଅସ୍ତରଙ୍ଗ ବ୍ଲକ ର ଅନେକ ଗାଁ ଲୋକ ଙ୍କ ଠାରୁ ଗାଈ ଲୋନ କରାଇଦେବା ନାଁ ରେ ଜଣେ ମହିଳା ପିଛା ଠାରୁ ୧ ହଜାର ଲେଖା ନେଇ ୪ ଟି ପଞ୍ଚାୟତ ରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ନେଇଥିଲେ। ୧୫ ଦିନରେ ଟଙ୍କା ମିଳିବ କହି। ୩ ମାସ ହେବ ଦେଖା ଦେଇନଥିଲେ ମହିଳା।କୁରୁମ ଗାଁ ର ମହିଳା ମାନେ ମିଛ ବାହାନା କରି ଶଖି ଲତା ହେହେରାକୁ ଡକାଇ କୁରୁଜଙ୍ଗ ଗାଁ ମୁଣ୍ଡରୁ ଶଖିଲତାକୁ ଧରୀ ନେଇ କୁରୁମ ଗାଁରେ ଅଟକ ରଖିଥିଲେ। ଟଙ୍କା ନ ଦେଲେ ଛାଡିବେ ନାହିଁ ବୋଲି କୁହନ୍ତି। କୁରୁମ ମହିଳା ମାନେ। ସେପଟେ ଶଖିଲତାକୁ ପଚାରିବାରୁ ତାଙ୍କ ସ୍ବାମୀ ଅଜବ ଯୁକ୍ତି କରିଥିଲେ। ପରେ ମହିଳା ଜଣଙ୍କ ନିଜେ ନେଇଥିବା ଟଙ୍କା ଫେରାଇ ଦେବେ ବୋଲି କୁହନ୍ତି।ଅପରପକ୍ଷରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଙ୍କ ନିର୍ଦ୍ଦେଶ ରେ କୋଣାର୍କ ଥାନା ଏସ.ଆଇଙ୍କ ସହ ଏକ ଟିମ ସହ ପହଞ୍ଚି ଟିକନିକ ତଥ୍ୟ ସଂଗ୍ରହ କରି ଗ୍ରାମବାସୀଙ୍କ କବଳରୁ ଉଭୟ ମହିଳା ଓ ତାଙ୍କ ସ୍ୱାମୀଙ୍କୁ କୋଣାର୍କ ଥାନାକୁ ଆଣି ଅଟକ ରଖିବା ସହ ଥାନା ଅଧିକାରୀ ଉକ୍ତ ମହିଳା ଙ୍କୁ ଅଧିକ ପଚରା ଉଚରା ଚଳାଇଛନ୍ତି। ମହିଳା ଜଣଙ୍କ ଏପରି ବିଭିନ୍ନ ମହିଳା ସଙ୍ଗଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଠକିଥିବା ସୂଚନା ରହିଛି। ତୁରନ୍ତ କୋଣାର୍କ ପୋଲିସ ତଦନ୍ତ କରି କୋଣାର୍କ ଅଞ୍ଚଳର ମହିଳା ମାନଙ୍କୁ ଟଙ୍କା ଫେରସ୍ତ କରିବାକୁ ଦାବି ହୋଇଛି ।
