ଅଢେଇ ଦିନର ବଢେଇ ଆମେ
ଅଢେଇ ଦିନର ବଢେଇ ଆମେ
🔹କବିରତ୍ନ ନୂତନ କୁମାର ବେହେରା
ଅଢେଇ ଦିନର ବଢେଇ ଆମେ
ଅତିଥି ହୋଇ ଆସିଛୁ ଏ ଧରାଧାମେ
ଭାବୁ ହେବ ତା’…ଯା’ ଅଛି କରମେ
ଅରଜୁ ଯେତେ ନିଜ ନିଜର ନାମେ
ଶାରୀରିକ ମାନସିକ ପରିଶ୍ରମେ
ଘର ପରିବାର ସମାଜର ଅନୁକ୍ରମେ
ରହିବାକୁ ଚାହୁଁ ଖୁସି ଆରାମେ
ଆଉ କଣ ଲୋଡ଼ା ମଣିଷ ଜନମେ
ଯିଏ ଯେତେ କରେ ତାର ପରାକ୍ରମେ
ସାଧନାରେ ସିଦ୍ଧି ଆଣି ଅବିରାମେ
ହୃଦୟଙ୍ଗମ କରେ ମର୍ମେ ମର୍ମେ
ନେବାର ତ କିଛି ନାହିଁ ସମ ବିଷମେ
ଅଢେଇ ଦିନର ବଢେଇ ଆମେ
ବଢ଼ି ଲଢ଼ି ଗଢ଼ି ରହିବା ଉତ୍ତମେ
ଭଙ୍ଗା ଗଢ଼ାର କେତେ ତାରତମ୍ୟେ
ହସରେ ଲୁହରେ ଦିନ ବିତେ ଯଥାକ୍ରମେ
ସର୍ବଦା ବ୍ୟସ୍ତ ରହୁ ନିଜ ନିଜ କର୍ମେ
ସୃଷ୍ଟି ସ୍ଥିତି ବିଚାର କରି ମାନବ ଧର୍ମେ
ନିଷ୍ଠା ଆଦର୍ଶ ପାଳୁ ନୀତି ନିୟମେ
ଯେବେ ଯିଏ ଲକ୍ଷ୍ୟ ଭ୍ରଷ୍ଟ ହୁଏ ଭ୍ରମେ
ଜୀବନର ଗତି ଚଳାଏ ବ୍ୟତିକ୍ରମେ
ଦେଖାଏ ଅହମିକା ତା’ ଉଦ୍ଦାମେ
ସ୍ଵାର୍ଥ ପୂରଣ ପାଇଁ ରହେ ବେନିୟମେ
ସମୂହ ସ୍ଵାର୍ଥକୁ ନାଶେ ଅଯଥା ଉଦ୍ୟମେ
ସତ୍ୟଜ୍ଞାନ ଭୁଲି ରହେ ଅପକର୍ମେ
ମାୟା ମିଛେ ଫସି ରହେନା ସଂଯମେ
ନାନା ଦୁଃଖ ଯନ୍ତ୍ରଣା ପାଏ ପରିଣାମେ
ବୁଝେ ଯେ ଅନୁଭବେ ଥାଏ ନିଷ୍କାମେ
ଆବଶ୍ୟକତା ବୁଝି ରହେ ସତ୍କର୍ମେ
ନିଜର ନିଜତ୍ବକୁ ରଖିଥାଏ ସମ୍ଭ୍ରମେ
ମନେ ପ୍ରାଣେ ସ୍ତୁତି କରି ପ୍ରଭୁ ପରମେ
ଚିନ୍ତେ କ୍ଳାନ୍ତି ଅବସାଦର ଉପଶମେ
ଭାବି ଉଚିତ ଗୁଣୀ କହେ ସପ୍ରେମେ
ଅଢେଇ ଦିନର ବଢେଇ ଆମେ ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ ।
