ପାର୍ବଣ ଋତୁ ଅବସରରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ
ପାର୍ବଣ ଋତୁ ଅବସରରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ।ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପରିଚାଳନା କରିବ:ହାଇଦ୍ରାବାଦ –ଭୁବନେଶ୍ୱର ନୂଆ – ହାଇଦ୍ରାବାଦ (07165/07166)ଟ୍ରେନ ନମ୍ବର 07165 ହାଇଦ୍ରାବାଦ-ଭୁବନେଶ୍ୱର ନୂଆ ସ୍ୱତନ୍ତ୍ର ଟ୍ରେନ୍ 28.10.2025 ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ସଂଧ୍ୟା ୧୭.୩୦ ଘଣ୍ଟାରେ ହାଇଦ୍ରାବାଦରୁ ଛାଡିବ।ଟ୍ରେନ ନମ୍ବର ୦୭୧୬୬ ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ୍ 29.10.2025 ପର୍ଯ୍ୟନ୍ତ ପ୍ରତି ବୁଧବାର ରାତି ୨୨:୩୦ ଘଣ୍ଟାରେ ଭୁବନେଶ୍ୱର ନୂଆରୁ ଛାଡିବ।ରହଣି ସ୍ଥଳ (ଉଭୟ ପଟୁ)ଟ୍ରେନ୍ ନିମ୍ନଲିଖିତ ଷ୍ଟେସନଗୁଡ଼ିକରେ ରହଣି କରିବ:ସିକନ୍ଦରାବାଦ, ଚାର୍ଲାପାଲ୍ଲୀ, ନାଲଗୋଣ୍ଡା, ମିରିୟାଲାଗୁଡା, ସତ୍ତେନାପାଲ୍ଲୀ, ଗୁଣ୍ଟୁର, ବିଜୟୱାଡା, ଗୁଡିଭାଡା, କାଇକାଲୁରୁ, ଆକିଭିଡୁ, ଭୀମଭରମ, ତନୁକୁ, ରାଜମଣ୍ଡ୍ରି, ସାମଲକୋଟ, ଆନ୍ନାଭରମ, ଅନାକାପାଲେ, ଦୁଭଭଡା, କୋଟ୍ଟାଭାଲସା, ବିଜୟନଗରମ୍, ଖୋର୍ଦ୍ଧା ରୋଡ୍ |କୋଚ୍ ସଂରଚନା: ଏହି ଟ୍ରେନରେ ୦୪ ଟି ୨ୟ ଶ୍ରେଣୀ ଏସି କୋଚ , ୦୮ ଟି ତୃତୀୟ ଶ୍ରେଣୀ ଏସି କୋଚ, ୦୬ ଟି ସ୍ଲିପର୍ ଶ୍ରେଣୀ କୋଚ, ୦୨ ଟି ଜେନେରାଲ୍ ଶ୍ରେଣୀ କୋଚ, ୦୨ ଟି ଲଗେଜ୍ କମ ଡିଭିଆଙ୍ଗଜାନ୍ କୋଚ୍ ଏବଂ ଜେନେରେଟର ମୋଟର କାର୍ ରହିବ।ମଦୁରାଇ – ବରୌନୀ- ମଦୁରାଇ ସ୍ୱତନ୍ତ୍ର ଟ୍ରେନ (06059/06060)ଟ୍ରେନ ନମ୍ବର 06059 ମଦୁରାଇ – ବରୌନୀ ସାପ୍ତାହିକ ସ୍ପେଶାଲ୍ 26.11.2025 ପର୍ଯ୍ୟନ୍ତ ପ୍ରତି ବୁଧବାର ରାତି 20.40 ଘଣ୍ଟାରେ ମଦୁରାଇରୁ ଛାଡିବ।ସେହିଭଳି ଟ୍ରେନ ନମ୍ବର 06060 ବରୌନୀ-ମଦୁରାଇ ସାପ୍ତାହିକ ସ୍ପେଶାଲ୍ 29.11.2025 ପର୍ଯ୍ୟନ୍ତ ପ୍ରତି ଶନିବାର ରାତି 23.00 ଘଣ୍ଟାରେ ବରୌନୀରୁ ଛାଡିବ।ରହଣୀସ୍ଥଳ (ଉଭୟ ପଟୁ)ଟ୍ରେନ୍ ନିମ୍ନଲିଖିତ ଷ୍ଟେସନଗୁଡ଼ିକରେ ରହଣି କରିବ:ଦିଣ୍ଡିକଲ, କରୁର, ନମକଲ, ସେଲେମ, ଜୋଲାରପେଟାଇ, କାଟପାଡି, ଆରାକୋନମ, ପେରାମ୍ବୁର, ନାଇଡୁପେଟା, ଗୁଡୁର, ନେଲୋର, ଓଙ୍ଗଲ , ଟେନାଲି, ବିଜୟୱାଡା, ଏଲୁରୁ, ରାଜମଣ୍ଡ୍ରି, ସାମଲକୋଟ, ଦୁଭଭଡା, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ପଲାସା,ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ନୂଆ, କଟକ, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁର, ଅନ୍ଦୁଲ, ଡାନକୁନି, ବର୍ଦ୍ଧମାନ, ଦୁର୍ଗାପୁର, ଆସାନସୋଲ, ଚିତ୍ତରଂଜନ, ମଧୁରପୁର, ଜସିଡିହ, ଝାଝା , ଜାମୁଇ ଏବଂ କିଉଲ। କୋଚ୍ ସଂରଚନା: ୧୬ ଟି ତୃତୀୟ ଶ୍ରେଣୀ ଏସି କୋଚ୍, ୦୨ ଟି ଲଗେଜ୍ କମ ଜେନେରେଟର ଏବଂ ବ୍ରେକ୍ ଭ୍ୟାନ୍ କୋଚ୍ |ଏମଜିଆର୍ ଚେନ୍ନାଇ ସେଣ୍ଟ୍ରାଲ – ବରୌନୀ – ଏମଜିଆର୍ ଚେନ୍ନାଇ ସେଣ୍ଟ୍ରାଲ (06039/06040)ଟ୍ରେନ୍ ନମ୍ବର 06039 ଏମଜିଆର୍ ଚେନ୍ନାଇ ସେଣ୍ଟ୍ରାଲ – ବରୌନୀ ସାପ୍ତାହିକ ସ୍ୱତନ୍ତ୍ର 30.11.2025 ପର୍ଯ୍ୟନ୍ତ ପ୍ରତି ରବିବାର ରାତି 23.50 ଘଣ୍ଟାରେ ଚେନ୍ନାଇରୁ ଛାଡିବ।ଟ୍ରେନ୍ ନମ୍ବର 06040 ବରୌନୀ – ଏମଜିଆର୍ ଚେନ୍ନାଇ ସେଣ୍ଟ୍ରାଲ ସାପ୍ତାହିକ ସ୍ୱତନ୍ତ୍ର 03.12.2025 ପର୍ଯ୍ୟନ୍ତ ପ୍ରତି ବୁଧବାର ରାତି 21.00 ଘଣ୍ଟାରେ ବରୌନୀରୁ ଛାଡିବ।ରହଣୀସ୍ଥଳ (ଉଭୟ ପଟୁ)ଟ୍ରେନ୍ ନିମ୍ନଲିଖିତ ଷ୍ଟେସନଗୁଡ଼ିକରେ ରହଣି କରିବ:ସୁଲୁରୁପେଟା, ଗୁଡୁର, ନେଲୋର, ଓଙ୍ଗଲ, ଟେନାଲି, ବିଜୟୱାଡା, ଏଲୁରୁ, ରାଜମଣ୍ଡ୍ରି, ସାମଲକୋଟ, ଦୁଭଭଡା, ବିଜୟନଗରମ୍, ଶ୍ରୀକାକୁଲମ ରୋଡ, ପାଲାସା, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ନୂଆ, କଟକ, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁର, ଅନ୍ଦୁଲ, ଡାନକୁନି, ବର୍ଦ୍ଧମାନ, ଦୁର୍ଗାପୁର, ଆସାନସୋଲ, ଚିତ୍ତରଂଜନ, ମଧୁରପୁର, ଜସିଡିହ, ଝାଝା , ଜାମୁଇ ଏବଂ କିଉଲ। କୋଚ୍ ସଂରଚନା: ୦୧ ଟି ଦ୍ୱିତୀୟ ଶ୍ରେଣୀ ଏସି କୋଚ୍, ୦୪ ଟି ତୃତୀୟ ଶ୍ରେଣୀ ଏସି କୋଚ୍, ୧୧ ଟି ସ୍ଲିପର ଶ୍ରେଣୀ କୋଚ୍, ୦୪ ଟି ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍, ୦୨ ଟି ଲଗେଜ୍ କମ ଜେନେରେଟର ଏବଂ ବ୍ରେକ୍ ଭ୍ୟାନ୍ କୋଚ୍ |ତ୍ରିଭେନ୍ଦ୍ରମ୍ ଉତ୍ତର- ସାନ୍ତ୍ରାଗାଚି-ତ୍ରିଭେନ୍ଦ୍ରମ୍ ଉତ୍ତର (06081/06082)ଟ୍ରେନ୍ ନମ୍ବର 06081 ତ୍ରିଭେନ୍ଦ୍ରମ୍ ଉତ୍ତର – ସାନ୍ତ୍ରାଗାଞ୍ଚି ସାପ୍ତାହିକ ସ୍ୱତନ୍ତ୍ର 17.10.2025 ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଅପରାହ୍ନ 16.20 ଘଣ୍ଟାରେ ତ୍ରିଭେନ୍ଦ୍ରମ୍ ଉତ୍ତରରୁ ଛାଡିବ।ଟ୍ରେନ୍ ନମ୍ବର 06082 ସାନ୍ତ୍ରାଗାଞ୍ଚି – ତ୍ରିଭେନ୍ଦ୍ରମ୍ ଉତ୍ତର ସାପ୍ତାହିକ ସ୍ୱତନ୍ତ୍ର 20.10.2025 ପର୍ଯ୍ୟନ୍ତ ପ୍ରତି ସୋମବାର ଅପରାହ୍ନ 14.20 ଘଣ୍ଟାରେ ସାନ୍ତ୍ରାଗାଞ୍ଚିରୁ ଛାଡିବ।ରହଣୀସ୍ଥଳ (ଉଭୟ ପଟୁ)ଟ୍ରେନ୍ ନିମ୍ନଲିଖିତ ଷ୍ଟେସନଗୁଡ଼ିକରେ ରହଣି କରିବ:କୋଲାମ, କାୟାନକୁଲାମ, ମାଭେଲିକାରା, ଚେଙ୍ଗନୁର, ତିରୁଭାଲା, କୋଟାୟାମ, ଏର୍ଣ୍ଣାକୁଲମ ଟାଉନ, ଆଲୁଭା, ଥ୍ରିସୁର, ପାଲକକଡ, କୋଏମ୍ବାଟୁର, ତିରୁପୁର, ଏରୋଡ, ସାଲେମ, ଜୋଲାରପେଟାଇ, କାଟପାଡି, ତିରୁଟାନି, ରେନିଗୁଣ୍ଟା, ଗୁଡୁର , ନେଲୁର, ବିଜୟନଗରମ୍, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ନୂଆ, କଟକ, ଭଦ୍ରକ, ବାଲେଶ୍ୱର ଏବଂ ଖଡ଼ଗପୁର |କୋଚ୍ ସଂରଚନା: ୧୪ ଟି ତୃତୀୟ ଶ୍ରେଣୀ ଏସି ଇକୋନୋମି କୋଚ୍, ୦୨ ଟି ସ୍ଲିପର୍ କୋଚ୍, ୦୨ ଟି ଲଗେଜ୍ କମ ଜେନେରେଟର ଏବଂ ବ୍ରେକ୍ ଭ୍ୟାନ୍ କୋଚ୍ |
