କନ୍ଧମାଳ ଜିଲ୍ଲାରେ ମାପ ଓ ଓଜନ ଅଫିସ ରେ ବର୍ଷ ବର୍ଷ ଧରି ତାଲା

କନ୍ଧମାଳ ଜିଲ୍ଲାରେ ମାପ ଓ ଓଜନ ଅଫିସ ରେ ବର୍ଷ ବର୍ଷ ଧରି ତାଲା । ପାଞ୍ଚ ବର୍ଷ ମଧ୍ୟରେ ଗୋଟିଏ ବି କେଶ ନାହିଁ ।
ଫୁଲବାଣୀ ୧୪/୦୭/୨୦୨୫ କନ୍ଧମାଳ ଜିଲ୍ଲା ରେ ମାପ ଓ ଓଜନ କାର୍ଯ୍ୟାଳୟ ଅଛି ବୋଲି ମନେ ହୁଏ ନାହିଁ । ଦୀର୍ଘ ବର୍ଷ ହେଲା କାର୍ଯ୍ୟାଳୟ ର ନୂତନ କୋଠା ରେ ତାଲା ପଡ଼ିଥିବା ନେଇ ସର୍ବସାଧରଣରେ ଆଲୋଚ୍ୟ ବିଷୟ ହୋଇଛି । କାନ୍ଧମାଳରେ ହଜାର ବ୍ୟବସାୟୀ ଓ ବ୍ୟବସାୟ ଅନୁଷ୍ଠାନ ଓ ପ୍ରତିଷ୍ଠାନ ରହିଛି, ଖାଉଟି ବିଭିନ୍ନ ଜିନିଷ ପତ୍ର ଓ ଅତ୍ୟାବଶକୀୟ ସାମଗ୍ରୀ କ୍ରୟ ବେଳେ ଓଜନରେ ଠକାମୀ ର ଶିକାର ହେଉଛନ୍ତି, ସର୍ବେକ୍ଷଣ ରୁ ଜଣାପଡେ ଜେ ଗତ ପାଞ୍ଚ ବର୍ଷରେ ଗୋଟିଏ ବି ମକଦ୍ଦମା ନାହିଁ । ଗତ ୧୯୯୦ ରୁ ,୨୦୦୦ମଧ୍ୟରେ ଆଠ ରୁ ଦଶ ଟି ମକଦ୍ଦମା ହେଉଥିଲା ବୋଲି ଆଇନଜୀବୀ ଅଶୋକ ବିଶୋଇ ପ୍ରକାଶ କରିଛନ୍ତି । ଓଜନ କଣ୍ଟା ବି ରି ନ୍ୟୁ ହେଉଛି କି ନାହିଁ ଜଣାପଡୁନାହିଁ । ଉଚ୍ଚ କତୃପକ୍ଷ ଙ୍କର ଦୃଷ୍ଟି ପଡ଼ୁ ବୋଲି ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *