କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ।
କନ୍ଧମାଳ, ଫୁଲବାଣୀ,ଚଳିତ ମାସରେ ରାଜ୍ୟର ମୋହନ ସରକାର ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି ।ଏହି ପରିପ୍ରେକ୍ଷୀରେ ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲିକ ଜିଲ୍ଲାରେ ଏକମାତ୍ର ବିଜେପି ବିଧାୟକ ଥିବା ବେଳେ ତାଙ୍କୁ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତି କରିଥିବାରୁ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଅଛି। ବିଜେପି କର୍ମୀ ଓ ଜିଲ୍ଲାର ସମସ୍ତ ଜନସାଧାରଣ ଖୁସି ମନାଇଥିବା ଦେଖିବାକୁ ମିଳିଛି। ନୂତନ ଭାବେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ନିଯୁକ୍ତି ପାଇଥିବା ସ୍ଥାନୀୟ ବିଧାୟକ ଶ୍ରୀ ଉମାଚରଣ ମଲିକ କୁ କନ୍ଧମାଳ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଏଫସିଆଇ ଛକ ଠାରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦିବ୍ୟରଞ୍ଜନ ଡାକୁଆ, ନଗର ଯୁବମୋର୍ଚ୍ଚା ସଭାପତି ଶ୍ରୀ ରତନ ଚୌଧୁରୀ ଙ୍କ ନେତୃତ୍ୱରେ ମୋଟର ସାଇକେଲ ରାଲି ମାଧ୍ୟମରେ ଫୁଲବାଣୀ ସହର ଏଫସିଆଇ ଛକଠାରୁ ପେଞ୍ଜିସାହି ଛକଦେଇ, ମଦିକୁନ୍ଦା ଛକ, ବଜାର ଛକ ଦେଇ ସ୍ଥାନୀୟ ଗାନ୍ଧୀ ସ୍ମୁତି ଭବନଠାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟଜନ କରାଯାଇ ଶ୍ରୀମଲ୍ଲିକ ଙ୍କୁ ସ୍ଵାଗତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ ଭଗବାନ ମହାନ୍ତି,ଜିଲ୍ଲା ସାଧାରଣ ସମ୍ପାଦକ ସଂଜିତମଣ୍ଡଳ,ଦେବେନ୍ଦ୍ରକୁଦଇ, ସୁକାନ୍ତ ସାହୁ, ଖଜୁରୀପଡ଼ା ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ଜିଉଦୟଗିରି ବିଧାନସଭା ପ୍ରାଥି ମାନଗୋବିନ୍ଦ ପ୍ରଧାନ, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ଫୁଲବାଣୀ ବିଧାୟକ ପ୍ରତିନିଧି ଲଳିତ ଦିଗାଲ, ନଗର ସଭାପତି ଜଗନ୍ନାଥ ସାହୁ, ଫୁଲବାଣୀ ପୌରପରିଷଦର ୫ ନମ୍ୱର୍ ୱାର୍ଡର ୱାର୍ଡ ମେମ୍ବର ରମେଶଚନ୍ଦ୍ର ମହାନ୍ତି, ଯୋଗଦିଶ ପ୍ରଧାନ, ଅନନ୍ତ ଦିଗାଲ, ବିଭିନ୍ନ ବ୍ଲକରୁ ବରିଷ୍ଟ ବିଜେପି ନେତା ଓ କର୍ମୀ ମିଶି ଶ୍ରୀ ମଲିକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଆଶା ଓ ବିଶ୍ବାସ ଏହିକିଯେ, ଶ୍ରୀମଲିକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ହେଲାପରେ ସରକାରଙ୍କ ଜରିଆରେ ଜିଲ୍ଲାରେ ବିଭିନ୍ନ ଉନ୍ନତ ମୂଳକ କାର୍ଯ୍ୟ ହେବବୋଲି ଜିଲ୍ଲାଵାସୀ ଓ ବିଜେପି କର୍ମୀ ଆଶାବ୍ୟକ୍ତ କରିଛନ୍ତି ।
