ମୁକ୍ତି ଶିକ୍ଷାନୁଷ୍ଠାନ ରେ ସ୍ୱାଗତ ଓ ବିଦାୟୀକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ l
ଗୋପ ୧୫/୦୨/୨୫ ଗୋପ ବ୍ଲାକ ଅଞ୍ଚଳର ପ୍ରତିଷ୍ଠିତ ଅନୁଷ୍ଠାନ ଟି ହେଉଛି ମୁକ୍ତି ଗ୍ରୁପ ଇନ୍ଷ୍ଟିର୍ଚ୍ୟୁଟ୍ ପକ୍ଷରୁ ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସହିତ ପୁରାତନ ଛାତ୍ର ଛାତ୍ରୀଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା କରିବାପାଇଁ ଏକ ଉତ୍ସବ ର ଆୟୋଜନ ହୋଇଥିଲା l ଏହି ଚିତାକର୍ଷକ ଉତ୍ସବ ରେ ଗୋପ ବ୍ଲକ ଉପାଧକ୍ଷ ବନୋରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଗୋପ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ l ଠିକ ସେହିପରି ସମ୍ମାନିତ ଅତିଥିଭାବେ ଗୋପ ଅଞ୍ଚଳ ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ଗୋଛାୟତ ଯୋଗଦେଇଥିଲେ l ଉକ୍ତ ଉତ୍ସବ ଟି ସକାଳୁ ରାତି ପର୍ଯ୍ୟନ୍ତ ଚାଲିଥିଲା l ଏଥିରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ର ଛାତ୍ରୀ ଙ୍କୁ ଏକ ନିଆରା ଡ଼ଙ୍ଗରେ ସ୍ୱାଗତ କରାଯାଇଥିଲା l ତାହା ଉପସ୍ଥିତ ସମସ୍ତ ଅବିଭାବକ ଓ ଅତିଥିମାନଙ୍କୁ ଖୁବ ଭଲ ଲାଗିଥିଲା l ଠିକ ସେହିପରି ଶେଷ ବର୍ଷର ଛାତ୍ର ଛାତ୍ରୀଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିବା ସମୟରେ ସମସ୍ତେ ଭବବିହଳ ହୋଇପଡ଼ିଥିଲେ l ଦୀର୍ଘ ବର୍ଷ ହେଵ ଏହି ଅନୁଷ୍ଠାନ ଟି ପିଲାମାନଙ୍କ ଭବିଷ୍ୟତ ଗାଡିବାରେ ବେଶ ସହାୟକ ହେଉଥିବାରୁ ଏଥର ଶତାଧିକ ଛାତ୍ର ଛାତ୍ରୀମାନେ ପାଠ ପଡ଼ିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି l ଏଥର ଏ ଏନ ଏମ ଓ ଜି ଏ ଏନ ଏମ ଏବଂ ବିଏସି ନର୍ସିଙ୍ଗ ପିଲାଙ୍କୁ ପଠା ପଢ଼ାଯାଏ l ଏଠାରେ ରହିବା ଓ ଖାଇବା ଆଦି ସମସ୍ତ ସୁବିଧା ଥିବାରୁ ଅବିଭାବକମାନେ ପିଲାଙ୍କ ଭବିଷ୍ୟତ ପାଇଁ ନିରାପଦ ମନେ କରିଥାନ୍ତି l ସେଥିପାଇଁ ପ୍ରତିବର୍ଷ ଏଥର ପାଠ ପଡ଼ିବାପାଇଁ ସଂଖ୍ୟାଧିକ ଛାତ୍ର ଛାତ୍ରୀମାନେ ଆବେଦନ କରିଥାନ୍ତି l ଆୟୋଜିତ କାର୍ଯ୍ୟକ୍ରମ କୁ ନିରବଛିର୍ଣ୍ଣ ଭାବେ ମଞ୍ଚ ଉପରେ ରହି ପରିଚାଳନା କରିଥିଲେ ଅନୁଷ୍ଠାନ ର ଶେଷ ବର୍ଷ ଛାତ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ନାୟକ ଶୁଭସ୍ମିତା ବେହେରା ପ୍ରଜ୍ଞା ପଲ୍ଲବୀ ସ୍ୱାଇଁ ପ୍ରଭୁତି ଦାୟିତ୍ୱ ରେ ଥିଲେ l ଠିକ ସେହିପରି ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ପାଇଁ ସୁନ୍ଦର ବ୍ୟବସ୍ତା କରାଯାଇଥିଲା l ଅନୁଷ୍ଠାନ ଚ୍ୟାରମ୍ୟାନ ଗଣେଶ ଦାସ ଙ୍କ ଅକ୍ଲାନ୍ତ ପରିଶ୍ରମ ର ଫଳାସରୂପ ଅଜି ଅନୁଷ୍ଠାନ ଟି ଏକ ବଟ ବୃକ୍ଷ ସଦୃଶ ହୋଇଛି l ଉକ୍ତ ଅନୁଷ୍ଠାନ ର ପ୍ରିନ୍ସିପାଲ ମନୋସ୍ଵିନୀ ପୃଷ୍ଠି ଙ୍କ ତତ୍ୱବଧାନ ରେ ସମସ୍ତ କାର୍ଯ୍ୟକ୍ରମ ସଠିକ ଭାବେ ପରିଚାଳିତ ହୋଇଯାଇଛି l ସହଯୋଗ କରିଥିବା ବ୍ୟକ୍ତି ବିଶେଷ ମାନେ ହେଲେ ଭାଇସ ଭାଇସ ପ୍ରିନ୍ସିପାଲ ଗୀତାଞ୍ଜଳି କାଣ୍ଡି, ସ୍ନିଗ୍ଧl ସୁଚରିତା, ବିଶ୍ଵସ୍ମିତା ନାୟକ, ଶୁଭଶ୍ରୀ ମହାନ୍ତ ଓ ଆଇ ଟି ଆଇ କଲେଜ ର ପ୍ରିନ୍ସପାଲ ପ୍ରମୋଦ କୁମାର ଦାସ, କୁମାରୀ ଲିପି, ସ୍ଵାଗତିକା,ଶୁଭଶ୍ରୀ .ଜୟନ୍ତ ,ଦିବାକର .ଉମାକାନ୍ତ ପ୍ରଭୁତି ବ୍ୟକ୍ତି ବିଶେଷମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ l
