ଧର୍ମଶାଳା ବିଧାୟକ ଙ୍କୁ ସୁନ୍ଦୁରିଆ ପଞ୍ଚାଯତରେ ସ୍ବାଗତ ସମ୍ବର୍ଦ୍ଧନା
ଧର୍ମଶାଳା ବିଧାୟକ ଙ୍କୁ ସୁନ୍ଦୁରିଆ ପଞ୍ଚାଯତରେ ସ୍ବାଗତ ସମ୍ବର୍ଦ୍ଧନା
ଧର୍ମଶାଳା–ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ସୁନ୍ଦୁରିଆ ପଞ୍ଚାଯତରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ଷୋହଳ ନମ୍ବର ଜାତୀୟ ରାଜପଥର ସା ରୋ ଇ ଛକ ଠାରୁ ଶହ ଶହ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଙ୍କୁ ସଭାସ୍ଥଳ କୁ ପାଛୋଟି ଆଣିଥିଲେ ତାଙ୍କ ସହ ଭାଜପା ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ ଏବଂ ଭାଜପା ନେତା ସର୍ବେଶ୍ଵର ବେହୁରା ଯୋଗଦାନ କରିଥିଲେ। ସରପଞ୍ଚ ନିର୍ମଳ କୁମାର ଦାସ ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ l ସମିତି ସଭ୍ୟ ନିତ୍ୟାନନ୍ଦ ବିଶ୍ୱାଳ ବିଜେପି ଯୁବ ନେତା ରାଜେଶ ପାଳ ଉପେନ୍ଦ୍ର କର କାଳନ୍ଦୀ ସାହୁ ପ୍ରିୟ ରଞ୍ଜନ ବେହୁରା ପ୍ରମୁଖ ଯୋଗ ଦେଇଥିଲେ l ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ଯ ଆରମ୍ଭ କରିଥିଲେ। ଯଥା ଶୀଘ୍ର ପଂଚାୟତ ର ଉନ୍ନତି ମୂଳକ କାର୍ଯ୍ୟ କରାଯିବା ସହ ଏହି ପଞ୍ଚାୟତ ର ମାନଚିତ୍ର ବଦଳାଇ ଦିଆ ଯିବ ନେଇ ବିଧାୟକ ହିମାଂଶୁ ଶେଖର ସାହୁ ପ୍ରତିଶ୍ରୁତି ଦେଇଥିଲେ।
