ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା ଦ୍ଵାରା ସୋନି ଚୌରାଶିଆ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା l

ସ୍କେଟିଂ କରି ସୋନି ଚୌରାଶିଆ ଙ୍କ ଭାରତ ଭ୍ରମଣ* ସକାଳେ ବ୍ରହ୍ମପୁର ଉପକଣ୍ଠସ୍ଥ ଲାଞ୍ଜିପଲ୍ଲୀ ଏନ୍.ଏଚ୍ ବାଇପାସ୍ ଠାରେ ଭାରତ ବିକାଶ ପରିଷଦ, ବ୍ରହ୍ମପୁର ଶାଖା ଦ୍ଵାରା ସ୍କେଟିଂ ମହିଳା ସୋନି ଚୌରାସିଆ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି lଏଠାରେ ଉଲ୍ଲେଖଯୋଗ୍ୟ ଯେ ୩୪ ବର୍ଷୀୟ ସୋନି ଚୌରାସିଆ ଗିନିସ ବୁକ ରେ ୱାର୍ଲ୍ଡ ରେକର୍ଡ କରିବା ପାଇଁ ଉତ୍ତର ପ୍ରଦେଶର ବାରାଣାସୀ ରୁ ଜାନୁଆରୀ ୨୦ ତାରିଖରୁ ସ୍କେଟିଂ କରି ଭାରତ ଭ୍ରମଣ ରେ ଯାତ୍ରା ଆରମ୍ଭ କରିଛନ୍ତି l ସେ ବାରଣାସୀ ବାସିନ୍ଦା ଅଟନ୍ତି l ୧୧୩ ଦିନରେ ୨୨ ରାଜ୍ୟ ଏବଂ ୧୦୫୫୦ କି. ମି ଭ୍ରମଣ ସୋନି ଙ୍କ ଲକ୍ଷ୍ୟ ଓ ଗିନିସ ୱାର୍ଲ୍ଡ ରେକର୍ଡ ପ୍ରାପ୍ତ କରିବା ଲକ୍ଷ୍ୟରେ ଏ ସ୍କେଟିଂ ଯାତ୍ରା ବୋଲି କହିଛନ୍ତି lଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ବାରାଣାସୀ ରୁ ଯାତ୍ରା ଆରମ୍ଭ କରିଥିବା ବେଳେ ମେ ମାସ ୧୨ ତାରିଖ ୧୧୩ ଦିନ ରେ ଯାତ୍ରା କାଶୀ ବନାରସ ରେ ସମାପ୍ତ କରିବା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି lଗତକାଲି ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲା ରେ ପ୍ରବେଶ କରିଥିଲେ, ରାତିରେ ଛତ୍ରପୁର ରେ ଅବସ୍ଥାନ କରି ଆଜି ସକାଳେ ୭.୩୦ ରେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ ଠାରେ ପହଞ୍ଚିଥିଲେ lସେଠାରେ ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା ସଭାପତି ଇଂ. ସୀମାଞ୍ଚଳ ଦାଶ, ସମ୍ପାଦକ ପ୍ରସନ୍ନ କୁମାର ଛୋଟରାୟ ,ସଂଗଠନ ସମ୍ପାଦକ ରୁଦ୍ର ପ୍ରସାଦ ସିଂଦେଓ ପ୍ରମୁଖ ଶ୍ରୀମତୀ ସୋନି ଙ୍କୁ ଉପଢୌକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ lଅନ୍ୟମାନଙ୍କ ମଧ୍ୟରେ ବାଳକୃଷ୍ଣ ସାମନ୍ତରାୟ ସକାଳ ପଦଯାତ୍ରା କରୁଥିବା ପଥ ଯାତ୍ରୀ ଅନ୍ୟାନ୍ୟ ସଦସ୍ୟମାନେ ତଥା ସ୍ଥାନୀୟ ଜନସାଧାରଣ ଶ୍ରୀମତୀ ସୋନି ଚୌରାସିଆ ଙ୍କୁ ଉପଢୌକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ lସୂଚନାଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀମତୀ ସୋନି ୫ ଟି ରାଜ୍ଯ ଯଥା ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଓଡିଶା ଭ୍ରମଣ ସାରି ଆଜି ଆନ୍ଧ୍ର ପ୍ରଦେଶ ରେ ପ୍ରବେଶ କରିବେ ବୋଲି ପ୍ରକାଶ କରିଛନ୍ତି lସମସ୍ତଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ ଶରୀର ସୁସ୍ଥ ରହିଲେ ସମାଜ ଓ ଦେଶ ସୁସ୍ଥ ରହିବ l ସେ କହିଛନ୍ତି ଯେ ଯୋଗ କରିବା ଦ୍ୱାରା ସମସ୍ତେ ନିରୋଗ ରହିବା l ଯୋଗ କରିବା ସମାଜର ସବୁ ବର୍ଗର ଲୋକମାନଙ୍କ ଅତ୍ୟନ୍ତ ଜରୁରୀ l ତେଣୁ ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ l ଏହା ସହ ସେ କହିଛନ୍ତି ଯେ ସମାଜ ରେ ମହିଳା ମାନେ ଅଗ୍ରଣୀ ଭୂମିକା ଗ୍ରହଣ କଲେ ସମୃଦ୍ଧ ସମାଜ ସମୃଦ୍ଧ ଦେଶ ଗଠନ ହୋଇପାରିବ lତାଙ୍କ ସହ ତାଙ୍କର ଗୁରୁ ରାଜେଶ ଧାଗ୍ରା, ଡାକ୍ତର ସଚିନ ରୋହିଲ୍ଲା, ଅମନ ରୋହିଲ୍ଲା, କାର୍ତ୍ତିକେୟ ଚୌରାଶିଆ ଯାତ୍ରା କରୁଛନ୍ତି lଓଡ଼ିଶାରେ ଚାରିଦିନ ଯାତ୍ରା କଲାପରେ ଆଜି ଆନ୍ଧ୍ର ପ୍ରଦେଶ ରେ ପ୍ରବେଶ କରିବେ ବୋଲି ଶ୍ରୀମତୀ ସୋନି ସୂଚନା ଦେଇଛନ୍ତି lଭାରତ ବିକାଶ ପରିଷଦ ସମ୍ବର୍ଦ୍ଧନା ଜଣାଇବା ସହିତ ତାଙ୍କର ଯାତ୍ରା ର ଶୁଭକାମନା ଜଣାଇଥିଲେ l

Leave a Reply

Your email address will not be published. Required fields are marked *