ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କୋଣାର୍କରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା

-ଓଡିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଗୁରୁବାର ରାତି ୯ଟା୫୦ରେ କୋଣାର୍କରେ ପହଞ୍ଚି ଥିଲେ। ଏଠାରେ ପହଂଚିବା ପରେ କୋଣାର୍କ ଯାତ୍ରୀନିବାସ ସମ୍ମୁଖରେ କୋଣାର୍କ ବିଜେପି ମଣ୍ଡଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହା ପରେ ସମସ୍ତ ବିଜେପି କର୍ମୀ ବାଇକ ଶୋଭାଯାତ୍ରା ବାହାରି କୋଣାର୍କ ବଜାର, ଚନ୍ଦ୍ରଭାଗା ଦେଇ ଇକୋ ରିଟ୍ରିଟରେ ପହଞ୍ଚିଥିଲା। ମନ୍ତ୍ରୀ ଶ୍ରୀନଡ୍ଡା ସପତ୍ନୀକ ଇକୋ ରିଟ୍ରିଟରେ ରାତ୍ରୀଯାପନ କରିଥିଲେ। ଏହି ଗସ୍ତ ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ , ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ପୁରୀ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ନାଥ ତରାଇ, ପୁରୀ ସାଂସଦ ସମ୍ବିତ ପାତ୍ର ,କୋଣାର୍କ ମଣ୍ଡଳ ସଭାପତି ଗୋପିନାଥ ସ୍ବାଇଁ, ବିଜେପି ସଂଗଠକ ରଶ୍ମି ରଞ୍ଜନ ବିଶ୍ବାଳ, ବନାଖଣ୍ଡି ସରପଞ୍ଚ ପ୍ରଜ୍ଞ୍ୟା ପରିମିତା ନାୟକ , କାକଟପୁର ବ୍ଲକ ଅଧକ୍ଷ ଶ୍ରୀଧର ନାୟକ , ବିଜେପି ନେତା ଦିବାକର ଛାଟୋଇ ବିଜେପିର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ନଡ୍ଡାଙ୍କ ଏହି ଗସ୍ତ ଅବସରରେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୁରୀ ଏସ ପି ବିନୀତ ଶର୍ମା ଓ ଆଡିଶିନାଲ ଏସ ପି ବିଷ୍ଣୁ ପ୍ରସାଦ ପତି ପ୍ରମୁଖ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *