ନୂଆବର୍ଷକୁ ନିଆରା ଢଙ୍ଗରେ ସ୍ବାଗତ

ଉଦଳା: ନବବର୍ଷ ୨୦୨୬ର ଆଗମନରେ ପୁରପଲ୍ଲୀ ଆଜି ପ୍ରକମ୍ପିତ। ଏହି ନବବର୍ଷକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ଅନ୍ତର୍ଗତ ସୁନାପାଳ ଗ୍ରାମର ସମାବେଶ ଚାଟଶାଳୀର ଛାତ୍ରଛାତ୍ରୀମାନେ। ସେମାନଙ୍କ ମଧ୍ୟର୍ ଗ୍ରୀଟିଙ୍ଗସ୍ କାର୍ଡରେ ଶୁଭେଚ୍ଛାବାର୍ତ୍ତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରଥମଥର ନିଜ ହାତ ଲେଖା ଗ୍ରୀଟିଙ୍ଗସ୍ କାର୍ଡକୁ ସେମାନେ ନିଜ ପ୍ରିୟ ସାଙ୍ଗସାଥୀମାନଙ୍କୁ ପ୍ରଦାନ କରି ନୂଆ ବର୍ଷକୁ ଅଭିନବ ଢଙ୍ଗରେ ସ୍ବାଗତ କରିଛନ୍ତି। ଅନେକ ସାୟରୀ ଲେଖି ଖୁସିବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନେ ଗ୍ରୀଟିଙ୍ଗସ୍ କାର୍ଡରେ ପୁରୁଣାଦିନର ଶାୟରୀ ରଙ୍ଗବେରଙ୍ଗର କଲମରେ ଲେଖିଥିଲେ।

ଏହା ସେମାନଙ୍କ ପାଇଁ ଏକ ଅନନ୍ୟ ଅନୁଭବ ଥିଲା ବୋଲି ଆନନ୍ଦ ସହକାରେ ପ୍ରକାଶ କରିଥିଲେ। ମୌନଧ୍ବନି ପକ୍ଷରୁ ଆୟୋଜିତ ଏହି ବିଶେଷ ପ୍ରତିଯୋଗିତାକୁ ଦେବେନ୍ଦ୍ର କୁମାର ରାଉଳ, ଆକାଶ କୁମାର ମହାନ୍ତ, ଚମ୍ପାବତୀ ହାଁସଦା ପ୍ରମୁଖ ପରିଚାଳନା କରିଥିଲେ । ପରିଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିବର୍ଷ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଗଲେ ଗ୍ରୀଟିଙ୍ଗସ୍ କାର୍ଡର ଆଦର ପୁନଶ୍ଚ ବଢିପାରନ୍ତା ବୋଲି ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *