ଶ୍ରୀ ଜଗନ୍ନାଥ ଭକ୍ତ ସମାଜର ପୋଢୁଆ ଭାରକୁ ସ୍ୱାଗତ
ଶ୍ରୀ ଜଗନ୍ନାଥ ଭକ୍ତ ସମାଜର ସଭାପତିଙ୍କ ଶ୍ରୀଙ୍କର୍ଷଣ ମଂଗରାଜଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠାନର ଭକ୍ତମାନେ ନିଆଳି ମାଧବ ମାମୁଁଘରୁ ମହାପ୍ରଭୁଙ୍କ ପାଇଁ ଆସିଥିବା ପୋଢୁଆଁ ଭାର, ସଂକୀର୍ତ୍ତନମଣ୍ଡଳୀଙ୍କୁ ଓ ଭକ୍ତମାନଙ୍କୁ ଗୁଣ୍ଡିଚା ମନ୍ଦିର ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ପାଛୋଟି ଆଣି ଥିଲେ । ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତ ସମାଜ ତରଫରୁ ପୁଷ୍ପ ମାଲ୍ୟ ପ୍ରଦାନ କରାଯାଇଥିଲା।

ଏଥିରେ ଅନୁଷ୍ଠାନର ଉପଦେଷ୍ଠା ଡ. ବଳରାମ ଦାଶ, ଶ୍ରୀବୀର ଅନନ୍ତ ପଣ୍ଡା, ସୁଶ୍ରୀ ପୁଷ୍ପିତା ପଟ୍ଟନାୟକ, ଶ୍ରୀଯୁକ୍ତ ରବୀନ୍ଦ୍ର ଜେନା , ଶ୍ରୀ ଆସୁତୋଷ ପଣ୍ଡା ଓ ସଂପାଦକ ଡ.ଶଶିକାନ୍ତ ରଥ ପ୍ରମୁଖ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏଥିରେ ଭକ୍ତ ସମାଜର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।
