ଆନନ୍ଦପୁର ସବଡିଭିଜନ ରେ ଓଡିଶା ସରକାରଙ୍କ ଦ୍ଵାରା ନୂତନ ଭାବେ ନିଯୁକ୍ତି ପାଇଥିବା ଓକିଲ ମାନଙ୍କୁ ସ୍ୱାଗତ

ଆନନ୍ଦପୁର ସବଡିଭିଜନ ରେ ଓଡିଶା ସରକାରଙ୍କ ଦ୍ଵାରା ନୂତନ ଭାବେ ନିଯୁକ୍ତି ପାଇଥିବା ଓକିଲ ମାନଙ୍କୁ ସ୍ୱାଗତ ଏବଂ ସମ୍ବର୍ଦ୍ଧନା l ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦ ଆନୁକୂଲ୍ୟରେ ସମର୍ଦ୍ଧନା ଓ ସ୍ଵାଗତ କାର୍ଯ୍ୟକ୍ରମ ସଭାପତି ଶ୍ରୀ ରମାକାନ୍ତ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶାର ବରିଷ୍ଠ ଚାଷୀ ନେତା ତଥା ପୂର୍ବତନ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆନନ୍ଦପୁର ର ବରିଷ୍ଠ ଆଇନଜୀବୀ ବ୍ରଜବନ୍ଧୁ ସାହୁ, ଦୟାନିଧି ଦାଶ, ହେମନ୍ତ କୁମାର ମଲ୍ଲିକ, ଜୟନ୍ତ କୁମାର ରାଜ, ଆଲୋକ କୁମାର ରାଉତ, ତ୍ରିଲୋଚନ ତ୍ରିପାଠୀ ପ୍ରମୁଖ ସରକାରୀ ଓକିଲ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମର୍ଦ୍ଧିତ କରାଯାଇଥିଲା।ମୁଖ୍ୟ ଅତିଥି ଶ୍ରୀ ମହେଶ୍ଵର ସାହୁ ଗଣତନ୍ତ୍ରରେ ଓକିଲ ମାନଙ୍କ ଲ ପ୍ରମୁଖ ଭୂମିକା ଉପରେ ଆଲୋଚନା କରିଥିଲେ। ସମାଜରେ ଅବହେଳିତ, ନିଷ୍ପେସିତ ବର୍ଗର ଲୋକ ମାନଙ୍କୁ ନ୍ୟାୟାଳୟରେ ଉଚିତ୍ ନ୍ୟାୟ ପ୍ରଦାନ ରେ ପ୍ରମୁଖ ଭୂମିକା ବିଷୟରେ ତାକଂର ଭାଷଣରେ କହିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିଲେ। ଉପସଭାପତି ଶ୍ରୀ ସୁଦର୍ଶନ ବଳ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଭଗବାନ ସାହୁ, ଝାନସୀରାଣୀ ଦାସ, ଶ୍ରୀ କୌଲାସ ଚନ୍ଦ୍ର ନାୟକ, ପ୍ରାଣବନ୍ଧୁ ସାହୁ, ଟୁକୁନୁ ହେତା, ପ୍ରଦୀପ କୁମାର ଦାସ, ରଘୁନାଥ ପଣ୍ଡିତ, ଦୀଲିପ କୁମାର ସିଂ, କୀର୍ତ୍ତନ ସାହୁ, ବିନୋଦ କୁମାର ମିଶ୍ର, ମୁରଲୀଧର ମିଶ୍ର, ଗଗନ ବିହାରୀ ସିଂ, ଗଗନ ବିହାରୀ ଭଟ୍ଟାଚାର୍ଯ୍ୟ, ସାବିତ୍ରୀ ଦାସ, ଦାମୋଦର ଧଡା ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *