ଦେବୟୁଗ ପରିବାର ତରଫରୁସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ
ଦେବୟୁଗ ପରିବାର ତରଫରୁ
ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ
ଆଜି 28.09.2025 ରବିବାର, ପୁର୍ବାହ୍ନ 11ଟାରେ କେଦାରଗୌରୀ ରିସର୍ଟ, ଲୁଇସ ରୋଡ୍, ଭୁବନେଶ୍ୱରରେ ଦେବୟୁଗ ପରିବାରର ସଂସ୍ଥାପକ ଶ୍ରୀ ଦେବବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ, ଦେବବ୍ରତ ନାୟକଙ୍କର “ବ୍ରହ୍ମ ବିନ୍ଦୁ” — ରକ୍ତଦାନର ନୂତନ ଉଦ୍ଭାବନୀୟ ପ୍ରୟାସକୁ ଉଦଘାଟନ କରିଥିଲେ।
ପୂର୍ବତନ MLA ଶ୍ରୀଯୁକ୍ତ ସୁରେଶ ରାଉତରାଏ,ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ଓଲିମ୍ପିକ୍ ସ୍ପୋର୍ଟସ୍ ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ସମୀର ମହାନ୍ତି ଏବଂ ଶ୍ରୀଯୁକ୍ତ ସାଙ୍ଗ୍ରାମ କେଶରୀ ପାଇକରାୟ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।
ଏହି ଉତ୍ସବରେ ସରକାରୀ, ବେସରକାରୀ ଏବଂ ସ୍ଥାନୀୟ ସମୁଦାୟର 4ର୍ଥ ଶ୍ରେଣୀ କର୍ମଚାରୀମାନେ ଓ ଅନ୍ୟନ୍ୟ ସେବା ଯୋଗାଉ ଥିବା ବ୍ୟକ୍ତି ବିଶେଷ ଯଥା — BMC ସଫାଇ କର୍ମଚାରୀ, ଡାକବାଲା, ଖବର କାଗଜ ହକର, ଭଣ୍ଡାରୀ, ଇଲେକ୍ଟ୍ରିସିଟି କର୍ମଚାରୀ, ସେଲୁନ କର୍ମୀ, PHD କର୍ମଚାରୀ, ଆଙ୍ଗନୱାଡ଼ି, ଆଶାକର୍ମୀ, ଦୁଧବାଲା, Gas deliveryman ସହିତ ସମାଜସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା।
ଦେବଯୁଗ ପରିବାର ର ଏହି ମହାନ କାର୍ଯ୍ୟ କୁ ସବୁ ସ୍ତରରେ ଅନେକ ପ୍ରଶଂସା କରାଯାଉଛି.
