ମନ୍ଦିରରୁ ବିବାହ କାର୍ଯ୍ୟ ସାରି ଫୋରିବା ବାଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣା ଗ୍ରସ୍ତ

ମନ୍ଦିରରୁ ବିବାହ କାର୍ଯ୍ୟ ସାରି ଫୋରିବା ବାଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣା ଗ୍ରସ୍ତ

ଏରସମା ୧୬/୧୦ ଏରସମା ବ୍ଲକ ଅନ୍ତର୍ଗତ ଗଡକୁଜଙ୍ଗ ପଞ୍ଚାୟତ କୁଞ୍ଜବିହାରି ମନ୍ଦିରକୁ ବିବାହ କାର୍ଯ୍ୟରେ ଆସିଥିବା ବୁଧବାର ଦିନ ଏକ ବରଯାତ୍ରୀ ବୋଲର ଗାଡି ଭାରସ୍ୟାମ୍ ହରାଇ ଦୁର୍ଘଟଣା ଘଟିଛି ହଁ ଆଜ୍ଞା ବେଶ୍ ଖୁସିରେ ବିବାହ କାର୍ଯ୍ୟକ୍ରମରେ ଆସିଥିଲେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡି ବ୍ଲକ ପିରହାଟ ଥାନା ଅଧିନ ମୁଟୁରି ଗଡ ଗ୍ରାମର ବୀରେନ୍ଦ୍ର ମାଝୀଙ୍କ ପୁଅ ଶିବପ୍ରସାଦ ମାଝୀଙ୍କ ସହିତ ସେଇ ଗ୍ରାମର ଅକ୍ଷୟ ମାଝୀଙ୍କ ଝିଅ ରୁନା ମାଝୀଙ୍କ ବାହାଘରେ ଉଭୟ ପକ୍ଷରୁ ତିନୋଟି ବୋଲର ଯୋଗେ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ବହୁ ଦୂରାନ୍ତରୁ ସୁଭଦ୍ରା କ୍ଷେତ୍ର କୁଞ୍ଜବିହାରି ମନ୍ଦିରକୁ ଆସିଥିଲେ।ବିବାହ କାର୍ଯ୍ୟ ସାରି ଭୋଜି ଖାଇସାରି ଫୋରିବା ବାଟରେ ଗଡ଼କୁଜଙ୍ଗ ରୁ ବାଲିତୁଠ ରାସ୍ତାର ମଧ୍ୟାନ୍ତରେ ଟ୍ରନିଙ୍ଗ୍ ମୁଣ୍ଡରେ ହଠାତ୍ ବୋଲର ଡ୍ରାଇଭର ଭାରସ୍ୟାମ୍ ହରାଇ ରାସ୍ତା ପାଶ୍ୱର୍ରେ ଥିବା ଗଛ ରେ ଓଡି ୧୯ ଏମ୍ ୨୫୯୦ ନମ୍ବର ବୋଲର ଗାଡିକୁ ଏକ ଗଛରେ ପିଟି ଦୁର୍ଘଟଣା ଘଟାଇଥିଲା ଫଳରେ ଗାଡିଟି ସମ୍ପୂର୍ଣ୍ଣ ଆଗ କାଚ ଫାଟି ଗୁଣ୍ଡ ହୋଇ ଗାଡିଟି ଭାଙ୍ଗି ଯାଇଛି।ଗାଡିରେ ଥିବା ୧୨ ରୁ ଉର୍ଦ୍ଧ୍ବ ଯାତ୍ରୀ ମଧ୍ୟରୁ ଜଣ ବାସନ୍ତୀ ମାଝୀ, ପବିତ୍ର ମାଝୀ,ବିକାଶ ମାଝୀ,ନିଳମଣୀ ମାଝୀ,ମିନି ମାଝୀ, ଖଗେଶ୍ବର ମାଝୀ,ପଙ୍କଜ ମାଝୀ,ରମେଶ ପରିଡ଼ା, ବିଦ୍ୟାସାଗର ମାଝୀ ଆହାତ ହୋଇ ଏମାନଙ୍କ ମଧ୍ୟରୁ କିଛି ଜଣକ ମୁଣ୍ଡ ଓ ହାତ ଗୋଡରେ ମାଡ ଯୋଗୁ ଆଘାତ ହୋଇଛି।ଘଟଣା ସ୍ଥଳରେ ବାଲିତୁଠ ମଣ୍ଡଳ ସଭାପତି ବିକ୍ରମ ଜିତ୍ ସାମନ୍ତରାୟ ପହଁଚି ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଆହତମାନଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇ ଥିଲେ।ତେବେ ଘଟଣା ସ୍ଥଳରୁ ଡ୍ରାଇଭର ଫୋରାର ଥିବା ସୂଚନା ମିଳିଛି।ଘଟଣା ସ୍ଥଳରେ ସ୍ଥାନୀୟ ଅଭୟଚାନ୍ଦପୁର ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ସହିତ ଘଟଣାକୁ ଅନୁଧ୍ୟାନ କରିଛନ୍ତି।ତେବେ ଘଟଣା ସ୍ଥଳରେ ସ୍ଥାନୀୟ ବାଟେଇଙ୍କ ଭିଡ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *