କେବେ ସୁଧୁରିବ ଶିକ୍ଷା ବ୍ୟବସ୍ଥା

କେବେ ସୁଧୁରିବ ଶିକ୍ଷା ବ୍ୟବସ୍ଥା
,୯ଟି ଶ୍ରେଣୀକୁ ୨ଟି ଶ୍ରେଣୀଗୃହ

ଗଣିଆ – ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ସରକାର ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବହି,ସାଇକେଲ ପୋଷାକ,
ଚାକଚକ୍ୟ ଶ୍ରେଣୀଗୃହ ଆଦି ନିର୍ମାଣ କରୁଛନ୍ତି । ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି । ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ଆବଶ୍ୟକ ବିଦ୍ୟାଳୟରେ ଠିକ୍ ଭାବେ ଏସବୁ ଯୋଜନା ପହଞ୍ଚି ପାରୁନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଣିଆ ବ୍ଳକ ବଡସିଲିଙ୍ଗା ପଞ୍ଚାୟତ ଗୋଛାବାରୀ ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟରେ । ଉକ୍ତ ବିଦ୍ୟାଳୟରରେ ୯ଟି ଶ୍ରେଣୀ ଥିବାବେଳେ ଏଠାରେ ପାଠ ପଢ଼ୁଛନ୍ତି ୫୯ ଜଣ ଛାତ୍ରଛାତ୍ରୀ । ବାଳବାଟିକାରେ ୧୦ ଜଣ,ପ୍ରଥମ ଶ୍ରେଣୀରେ ୭ ଜଣ, ଦ୍ବିତୀୟ ଶ୍ରେଣୀରେ ୮ ଜଣ, ତୃତୀୟ ଶ୍ରେଣୀରେ ୧୦ ଜଣ, ଚତୁର୍ଥ ଶ୍ରେଣୀରେ ୬ ଜଣ, ପଞ୍ଚମ ଶ୍ରେଣୀରେ ୫ ଜଣ, ଷଷ୍ଠ ଶ୍ରେଣୀରେ ୭ ଜଣ,୭ମ ଶ୍ରେଣୀରେ କେହିବି ପିଲା ନଥିବା ବେଳେ ୮ମ ଶ୍ରେଣୀରେ ୬ ଜଣ ପିଲା ପଢ଼ୁଛନ୍ତି । ପ୍ରଧାନଶିକ୍ଷକଙ୍କୁ ମିଶାଇ ଏବେ ମାତ୍ର ୪ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ଛାତ୍ର ଛାତ୍ରୀ ମାନେ ପାଠ ପଢିବା ପାଇଁ ମାତ୍ର ଦୁଇଟି ଶ୍ରେଣୀ ଗୃହ ଥିବା ବେଳେ ଗୋଟିଏ ଗୋଟିଏ ଶ୍ରେଣୀ ଗୃହରେ ରେ ୪ଟି ଶ୍ରେଣୀର ପିଲା ପାଠ ପଢୁଛନ୍ତି । ଏଥିରୁ ସେହି ବିଦ୍ୟାଳୟରେ କିଭଳି ପାଠ ପଢ଼ା ହେଉଥିବ ତାହା ଅନୁମାନ କରି ହେଉଛି ଏଥିରେ ସନ୍ଦେହ ନାହିଁ । ବିଦ୍ୟାଳୟର ଆନୁସଙ୍ଗିକ କାଗଜପତ୍ର କାର୍ଯ୍ୟ ଠାରୁ ଆରମ୍ଭ କରି ଟ୍ରେନିଂ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପ୍ରଧାନଶିକ୍ଷକ କରୁଥିବାରୁ ଆଉ ୩ ଜଣ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଉକ୍ତ ବିଦ୍ୟାଳୟଟି ଗଣିଆ ଠାରୁ ପ୍ରାୟ ୩୦ରୁ ଅଧିକ କିଲୋମିଟର ବଣଜଙ୍ଗଲ ଘେରା ଅଞ୍ଚଳରେ ରହିଥିବାରୁ ଏଥିପ୍ରତି କେହି ବି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତିି ଅଭିଭାବକ । ଏପରିକି ବିଦ୍ୟାଳୟ ପରିସରରେ ପୂରାତନ ଶ୍ରେଣୀଗୃହଟିର କାନ୍ଥ ଫାଟି ଆଁ କରିଥିବା ବେଳେ ଛାତରୁ ସିମେଣ୍ଟ ଛେଲା ଖସି ଛଡ ଦିଶୁଛି । ଏହି ଶ୍ରେଣୀଗୃହଟି ଅବ୍ୟବହୃତ ଘୋଷଣା ହୋଇଥିଲେ ମଧ୍ୟ ଭଙ୍ଗା ହୋଇନଥିବାରୁ କେତେବେଳେ ଯେ ଭୁଷୁଡି କିଛି ଅଘଟଣ ନ ଘଟିବ କହିହେବ ନାହିଁ । ଏ ସମ୍ପର୍କରେ ବିଦ୍ୟାଳୟ ତରଫରୁ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ବି ଫରକ ପଡୁନାହିଁ । ତେବେ ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟରେ ଥିବା ସମସ୍ୟାକୁ ସମାଧାନ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *