ପୁରୀ ହସ୍ପିଟାଲ କେବେ ସୁଧରିବ
ପୁରୀ ହସ୍ପିଟାଲରେ ଡାକ୍ତରଙ୍କ ସରକାରୀ ନିୟମ ଉଲଂଘନ | ଜଣେ ବରିଷ୍ଠ ଡାକ୍ତର କିପରି ନିଜ ଷ୍ଟାମ୍ପ ମାରି ବାହାରୁ ଔଷଧ ଆଣିବାକୁ ଗରିବ ରୋଗୀଙ୍କୁ ପ୍ରବର୍ତ୍ତାଉଥିବା ଆମ ହାତରେ ଲାଗିଥିବା ପ୍ରେସକ୍ରିପସନରୁ ଜଣାପଡିଛି | ପ୍ରତି ସରକାରୀ ହସ୍ପିଟାଲରେ ଡାକ୍ତରମାନେ ଡାକ୍ତରଖାନା ପରିସରରେ ଥିବା ନିରାମୟ କାଉଣ୍ଟରରେ ଥିବା ମେଡ଼ିସିନ ଲେଖିବାକୁ ସ୍ପଷ୍ଟ ନିର୍ଦେଶ ଥିଲେ ମଧ୍ୟ କମିଶନ ପାଇବା ପାଇଁ କେତେକ ଡାକ୍ତର ଅଯଥା ଦାମିକିଆ ମେଡ଼ିସିନ ଲେଖିବା ବାହାରେ ମିଳୁଥିବା ମେଡ଼ିସିନ କାଉଣ୍ଟରରୁ ମେଡ଼ିସିନ ଆଣିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ଖୋଦ ରୋଗୀ | କେବଳ ସେତିକି ହସ୍ପିଟାଲରେ ମାଗଣା ପରୀକ୍ଷା କେନ୍ଦ୍ର ଥିଲେ ମଧ୍ୟ କେତେକ ଡାକ୍ତର ଗରିବ ରୋଗୀଙ୍କୁ ବିଭିନ୍ନ ରୋଗ ପାଇଁ ପରୀକ୍ଷା ହସ୍ପିଟାଲ ବାହାରେ ଥିବା ପାଥୋଲାକୁ ମଧ୍ୟ ପଠାଉଛନ୍ତି | ଆସନ୍ତୁ ଶୁଣିବା ଏ ନେଇ ରୋଗୀ କଣ କହୁଛନ୍ତି | ବାଇଟ – ରୋଗୀ
