ସରକାର କେବେ ଶୁଣିବ ଚାଷୀ ମୂଲିଆ ଙ୍କ ଗୁହାର।

ରାଇକିଆ, ତା 13/11/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମୃତ୍ତିକା ସଂରକ୍ଷଣ ଅଧୀନ ରେ ଦୀର୍ଘଦିନ ହେବ କାମ କରି ଚାଷୀ ମୂଲିଆ ନିଜ ପାଉଣା ପାଇବା ଆଶା ରେ ବିକଳ।ସୂଚନା ଥାଉକି କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥିବା ସମୟ ରେ ଏଠିକାର ମୁଖ୍ୟ ବେଉସା ଚାଷବାସ।ଆଦିବାସୀ ଙ୍କ ର ଉନ୍ନତି ସକାଶେ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି ସତ କିନ୍ତୁ ସରକାରୀ କର୍ମଚାରୀ ହୁଅନ୍ତୁ କିମ୍ବା ଉପର ଅଧିକାରୀ ଙ୍କ ଖାମଖିଆଲି ନୀତି ସକାଶେ ବହୁ ଗରିବ ନିରୀହ ବ୍ୟକ୍ତି ବାହାର ରାଜ୍ୟ କୁ ଦାଦନ ଖଟିଯିବା ସକାଶେ ବାଧ୍ୟ ହେଉଛନ୍ତି ସମୟ ସମୟ ରେ ରାଜ୍ୟ ବାହାରେ କାମ କରୁଥିବା କିଛି ବ୍ୟକ୍ତି ମୃତ୍ୟୁ ମୁଖ ରେ ପଡ଼ୁଥିବା ମଧ୍ୟ ଦେଖିବାକୁ ମିଳୁଛି। ବିଗତ ଦିନ ରେ କିଛି ଚାଷୀ ଙ୍କୁ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷ ରୁ ଗୋଲମରିଚ ଚାଷ ନିମିତ୍ତ ବୃକ୍ଷ ପ୍ରଦାନ କରାଯାଇଥିଲା କିନ୍ତୁ ଦୁଃଖ ର ବିଷୟ ଦୀର୍ଘଦିନ ହେଲା ତାହାଙ୍କ ପ୍ରାପ୍ୟ ପ୍ରଦାନ କରାଯାଇନଥିବା ସକାଶେ ଆଜି ଚାଷୀ ଓ ମୂଲିଆ ମିଳିତ ଭାବେ ଜିଲ୍ଲାଅଧିକାରୀ ଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ ସୁଦ୍ଧା ଜିଲ୍ଲା ଅଧିକାରୀ କୌଣସି ପ୍ରକାରେ କର୍ଣ୍ଣପାତ କରିନଥିଲେ ଯାହା ଫଳ ରେ ଶେଷରେ ନିରାଶ ହୋଇ ଜିଲ୍ଲାପାଳ ଙ୍କୁ ଭେଟି ଲିଖିତ ଆକାର ରେ ଚିଠି ପ୍ରଦାନ କରିଥିଲେ । ସତ ରେ କଣ କନ୍ଧମାଳ ଜିଲ୍ଲା ଦାଦନ ମୁକ୍ତ ହେବା ରେ ସରକାର ସହାୟକ ହେବେ କି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଏହାର ଜବାବ୍ ମାଗିବା ରେ ଡବଲଇଞ୍ଜିନ ସରକାର ତତ୍ପର ଦେଖେଇବେ କି।

Leave a Reply

Your email address will not be published. Required fields are marked *