2026 ପାଇଁ ମାଧ୍ୟମିକ ଶିକ୍ଷକଙ୍କ ବଦଳି ପୋର୍ଟାଲ୍ କେବେ ଖୋଲିବ

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମାଧ୍ଯମିକ ଶିକ୍ଷକ ଓ ଶିକ୍ଷୟତ୍ରୀ* ଠିକ୍ ସମୟରେ ଖୋଲୁନି ଶିକ୍ଷକ ବଦଳି ପୋର୍ଟାଲ୍। 2026-27 ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ 2025 ଶିକ୍ଷାବର୍ଷର ବଦଳି ପ୍ରକ୍ରିୟା ଏବେଯାଏଁ ସରିନାହିଁ | ତାହାଲେ ଚଳିତ 2026 ଶିକ୍ଷାବର୍ଷର ବଦଳି ପ୍ରକ୍ରିୟା କେବେ ଆରମ୍ଭ ହେବ ବୋଲି ପ୍ରଶ୍ନ ଉଠିଛିପ୍ରତି ବର୍ଷ ଫେବୃଆରୀ ମାସରେ ଶିକ୍ଷକ ବଦଳି ପୋର୍ଟାଲ୍ ଖୋଲିବା ସହ ସମସ୍ତ ପ୍ରକ୍ରିୟା ଜୁନ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ରହିଛି। ହେଲେ ପ୍ରତି ବର୍ଷ ଏହାକୁ ବିଳମ୍ବ କରାଯାଉଛି।ଶିକ୍ଷକ ଶିକ୍ଷୟତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଘର ଠାରୁ ୫୦୦-୬୦୦ କି.ମି. ଦୂରରେ ରହି ଘରେ ନିଜ ବୃଦ୍ଧ ରୋଗିଣା ବାପା ମାଆଙ୍କୁ ଛାଡ଼ି ମାନସିକ ଯନ୍ତ୍ରଣା ପାଉଛନ୍ତି ।

ଅସୁସ୍ଥ ଆଶାୟୀ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଆବେଦନ କରି ନପାରି ଚିକିତ୍ସା ଅଭାବରୁ ଇତି ମଧ୍ୟରେ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ଦେହାନ୍ତ ହୋଇଗଲାଣି ଯାହାକି ଏକ ଦୁଃଖ ଓ ପରିତାପର ବିଷୟ। ଏହି ବିଷୟ ପ୍ରତି ଦୃଷ୍ଟି ଆକର୍ଷଣ କରି ଅନଲାଇନ୍ ପୋର୍ଟାଲ୍ ଖୋଲିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁବିଭାଗକୁ ନିର୍ଦ୍ଦେଶ ଦେବା ପାଇଁ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କାରଣ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ବଦଳି ପ୍ରକ୍ରିୟାରେ ସ୍ବଚ୍ଛତା ନିମନ୍ତେ ଅନଲାଇନ ମାଧ୍ୟମରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବଦଳି କରାଯାଉଛି।

Leave a Reply

Your email address will not be published. Required fields are marked *