ଦୁଇଶହ ବସ୍ତା ପିଡିଏସ ଚାଉଳ ଗଲା କୁଆଡେ
ନିମାପଡା ବ୍ଲକ ଅଧିନସ୍ତ ନହନ୍ତରା ସ୍ଥିତ ଓଡିଶା ରାଜ୍ୟ ପଣ୍ୟଗାର ନିଗମ ଗୋଦାମ ରୁ ଆଜି OD 02 2411 ନମ୍ବର ଥିବା ଏକ 709 ଟ୍ରକ ରେ 200 ବସ୍ଥା ପିଡିଏସ ଚାଉଳ ଚୋରା ଚାଲାଣ ହୋଇଥିବା ଜଣା ପଡିଛି । ପଣ୍ୟଗାର ନିଗମର PI ଙ୍କ ସୂଚନା ମୁତାବକ 2411 ନମ୍ବର ବିଶିଷ୍ଟ 709 ଟ୍ରକରେ ଗତକାଲି 200 ବସ୍ତା ଚାଉଳ ଲୋଡ଼ କରାଯାଇ ଅପରାହ୍ନ 4 ଟା ରେ ଡେସପ୍ୟାଚ କରାଯାଇଥିବା ସୂଚନା ଦେଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି PI ଙ୍କ ସୂଚନା ମୁତାବକ ଯଦି 9 ତାରିଖ 4 ଟାରେ ଗାଡି ଲୋଡ଼ ହୋଇ ଡିଲର ପଏଣ୍ଟକୁ ଗଲା । ତେବେ ଆଜି ଅର୍ଥାତ 10 ତାରିଖ ଦିନ 11/30 ଟା ସମୟରେ ଏହି ଗାଡିଟି କିପରି ନିମାପଡା ପିପିଲି ମୁଖ୍ୟ ରାସ୍ତାର ରେଞ୍ଚ ଛକରେ ପହଁଚିଥିଲା । କିଛି ଯୁବକ ଗାଡି ଉପରେ ସନ୍ଦେହ କରି ଅଟକାଇ ଥିଲେ । ବିଶେଷ ସୂତ୍ରରୁ ଜଣା ପଡିଛି ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ପହଁଚି ଯୁବକ ମାନଙ୍କ ପାଖରେ ନେହୁରା ହୋଇ ଗାଡିକୁ ପିପିଲି ଅଭିମୁଖେ ନେଇ ଯାଇଥିଲେ ପରେ ଗାଡିଟି ଡେଲାଙ୍ଗ ର ଏକ ରାଇସମିଲ ଅଭିମୁଖେ ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି । ଗରୀବଙ୍କ ଚାଉଳ ବାଟମାରଣା କରାଯାଇ ବେଆଇନ ଭାବରେ ମିଲରଙ୍କ ନିକଟରେ ବିକ୍ରି ହେବା ଦୁଃଖ ପରିତାପର ବିଷୟ ହୋଇଥିବା ବେଳେ ଯୋଗାଣ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ପୁରୀ ଜିଲ୍ଲାପାଳ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଂଚଳବାସିନ୍ଦା ଦାବୀ କରିଛନ୍ତି । ତେବେ ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ପଣ୍ୟଗାର ନିଗମ PI ଙ୍କୁ ପଚାରିବାରେ ଏ ଗାଡିଟି କେତୋଟି ଡିଲର ପଏଣ୍ଟ କୁ ଗଲା ଏବଂ କେତେ ବସ୍ତା କେଉଁ ପଂଚାୟତର ଡିଲରଙ୍କୁ ଦିଆଗଲା । ସେ ନେଇ ତାଙ୍କ ପାଖରେ ଉତ୍ତର ନାହିଁ । ଗାଡିକୁ ଆମେ ଲୋଡ଼ ଦେଇଦେଲୁ ସେ କୁଆଡେ ଗଲା କାହାକୁ ଦେଲା ଆମେ ଜାଣିନୁ ଆମ କାମ ଆମେ ଲୋଡ଼ ଦେଇ ଦେଲୁ । ଏ ନେଇ ସପ୍ଲାଇ ଇନସିପେକ୍ଟରଙ୍କୁ ପଚାର ସେ ଉତ୍ତର ଦେବେ । ଆମେ ଗତକାଲି ଲୋଡ଼ ଦେଇଥିଲୁ ଆଜି ଦିନ 11ଟା ପର୍ଯ୍ୟନ୍ତ ଗାଡ଼ିରେ ଚାଉଳ ରଖି ରାତି ତମାମ କୋଉଠି ଥିଲା ସେ କଥା ଆମେ କହି ପାରିବୁନି । ଏ କାମ ସପ୍ଲାଇ ଇନସିପେକ୍ଟରଙ୍କ ତାଙ୍କୁ ପଚାର । ତେବେ ଘଟଣାର ସତ୍ୟାସତ ଜାଣିବା ପାଇଁ ଆମେ ସପ୍ଲାଇ ଇନସିପେକ୍ଟରଙ୍କ କାର୍ଯ୍ୟାଳୟ ଯାଇଥିଲୁ । ପହଁଚିଲା ବେଳକୁ କାର୍ଯ୍ୟାଳୟରେ ତାଲା ଝୁଲୁଥିଲା। ଫୋନ ମାଧ୍ୟମରେ ଯୋଗାଯୋଗ କରିବାରେ ସେ କହିଥିଲେ କେଉଁ ଗାଡି କୋଉ ଡିଲର ପଏଣ୍ଟକୁ ଗଲା ଯିଏ ଗାଡି ଲୋଡ଼ କରି ଦେଲା ସେ ହିଁ କହିବେ। ଲେବୁଲ ଟୁ କଣ୍ଟ୍ରାକ୍ଟର ଗାଡି ଡିଲରଙ୍କ ପାଖରେ ପହଁଚି ଚାଉଳ ଦେଲା କି ନାହିଁ ସେ ଦାୟିତ୍ୱ ତାଙ୍କର । ତେବେ ଏଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯଦି ଲେବୁଲ ଟୁ କଣ୍ଟ୍ରାକ୍ଟରଙ୍କ ଦାୟିତ୍ୱ ଗାଡି ଡିଲରଙ୍କ ପହଁଚି ଚାଉଳ ଦେଲା କି ନାହଁ । ତେବେ ଗତକାଲି 4 ଟା ରୁ ଚାଉଳ ଲୋଡ଼ ହୋଇ ଗାଡି ରାତି ତମାମ କୋଉଠି ଥିଲା । ଆଜି ଗାଡିଟି ରେଞ୍ଚ ଛକରେ ଦିନ 11/30 ପହଁଚି କୁଆଡେ ଯାଉଥିଲା । କିଛି ଯୁବକ ସନ୍ଦେହ କରି ଗାଡି ଟିକୁ ଅଟକାଇ ଥିବା ବେଳେ କିଏ ସେ ବ୍ୟକ୍ତି ପହଁଚି ଗାଡିକୁ ପିପିଲି ଅଭିମୁଖେ ନେଇ ଯାଇଥିଲେ । କାଲି ଠାରୁ ଲେବୁଲ ଟୁ କଣ୍ଟ୍ରାକ୍ଟର କଣ କରୁଥିଲେ ତାଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସୁଥିବା ବେଳେ ଗୋଟିଏ କଥା ସ୍ପଷ୍ଟ ହେଉଛି 200 ବସ୍ତା ପିଡ଼ିଏସ ଚାଉଳ ଗଲା କୁଆଡେ । ବିଭାଗୀୟ ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ ।
ନିମାପଡ଼ା – ନିବେଦିତା ମିଶ୍ର reporter
