ଧଳା ଜହର ଜବତ, ଜଣେ ଗିରଫ
କାମାକ୍ଷାନଗର:୨୬.୧୦.୨୦୨୧– ଧଳାଜହର କାରବାରରେ ଜଣକୁ ଉଠାଇଲା ଢେ଼ଙ୍କାନାଳ ଅବକାରି ସ୍ପେସାଲ ସ୍କ୍ବାର୍ଡ। ଗିରଫ ହେଲେ କାମାକ୍ଷାନଗର ସହର ଅନନ୍ତପୁର ଗୋଡିସାହର ଦେବେନ୍ଦ୍ର ପାତ୍ର। ଦିର୍ଘଦିନ ହେବ ସେ ବ୍ରାଉନସୁଗାର କାରବାରରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଥିଲି। ତେଣୁ ସେ ଅବକାରିର ସ୍କାନରରେ ଥିଲେ। ବିଳମ୍ବିତ ରାତିରେ ବିଶେଷ ସୁତ୍ରରୁ ଖବର ପାଇ ସକାଳ ଭୋର ସମୟରେ ତାଙ୍କ ଘର ଉପରେ ଚଢାଉକରିଥିଲେ। ତାଙ୍କ ନିକଟରୁ ୧୦ ଗ୍ରାମର ବ୍ରାଉନସୁଗରର ଜବତ କରିବା ସହ ଦେବେନ୍ଦ୍ରକୁ ଗିରଫ କରିଛି। ଢେ଼ଙ୍କାନାଳ ଅବକାରି ଅଧିକ୍ଷକଙ୍କ ନିର୍ଦେଶରେ ଏକ ସ୍ବତନ୍ତ୍ର ମୋବାଇଲ ସ୍କ୍ବାଡ ଏବଂ କାମାକ୍ଷାନଗର ଅବକାରୀ ବିଭାଗର ମିଳିତରେ ଚଢାଉକରି ଗିରଫ କରିବା ସହ ଢେ଼ଙ୍କାନାଳ କାର୍ଯ୍ୟାଳୟରେ ଅଧିକ ପଚରା ଉଚରା ଚଳାଇଛି।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
