କିଏ ହାତେଇବ ତାଳଚେର ବିଧାନସଭା ଆସନ ବିଜେଡି, ବିଜେପି ନା କଂଗ୍ରେସ୍

ଛିଣ୍ଡୁନି ତିନି ପ୍ରମୁଖ ଦଳ ର ଅଙ୍କ କିଏ ହାସଲ କରିବ ତାଳଚେର ଆସନ l ତିନି ଦଳ ମଧ୍ୟରେ ଚୁଡାନ୍ତ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା । କେଉଁ ରାଜନୈତିକ ଦଳ ଏହି ଗୁରୁତ୍ଵ ପୁର୍ଣ୍ଣ ଆସନ କୁ ନିଜ ଅକ୍ତିଆର କୁ ନେବ ସେ ନେଇ ତିଆରି ଚାଲିଛି ବ୍ଲୁ ପ୍ରିଣ୍ଟ l ଏହି ନିର୍ବାନମଣ୍ଡଳୀ ରେ ଥିବା ଅନେକ ସମସ୍ୟା କୁ ମୁଦ୍ଦା କରି ବିରୋଧି ବିଜେପି ଓ କଂଗ୍ରେସ ନିର୍ବାଚନ ରେ ଭୋଟ ହାତେଇବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଜୁ ଜନତା ଦଳ ନବିନ ପଟ୍ଟନାୟକ ଙ୍କ ନାଁ ଧରି ବିଭିନ୍ନ ଯୋଜନା ଓ ବିକାଶ ର କଥା କହି ପୁଣି ଆସନ ହାତେଇବା ପାଇଁ ପ୍ରସ୍ତୁତ ହେଉଛି ।ଆଗକୁ ତାଳଚେର ହେଵ ଅନେକ ଶିଳ୍ପ ସେଥି ପାଈଁ ପ୍ରାର୍ଥୀ ମାନଙ୍କ ଭିତରେ ମଧ୍ୟ ବିଧାୟକ ହେବାର ଉତ୍କଣ୍ଠା ଲାଗିରହିଛି l ତାଳଚେର ଆସନ ୨୦୧୩ ସାଧାରଣ ନିର୍ବାଚନ ରେ ବିଜେଡି ର ବର୍ତ୍ତମାନ ର ବିଧାୟକ ବ୍ରଜକିଶୋର ପ୍ରଧାନ ହୋଇଥିଲେ । ହେଲେ ଏଥର ଏହି ଆସନ କାହା ପାଖକୁ ଯିବ ତାହା କହିବା ମୁସ୍କିଲ l

ନିର୍ବାଚନ ମଣ୍ଡଳୀରେ ସେହି ଭଳୀ ଆଖି ଦୂର୍ଶିଆ କାର୍ଯ୍ୟ କରିନଥିଲେ ମଧ୍ୟ ଏବେ ବିଭିନ୍ନ ପ୍ରକଳ୍ପ ର ଉଦ୍ଘାଟନ କରି ଲୋକଙ୍କ ପାଖର ପହଞ୍ଚୁଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ l ଏହି ଦଶ ବର୍ଷ ରେ କୌଣସି ବିକାଶ ମୂଳକ କାର୍ଯ୍ୟ ହୋଇନଥିବାରୁ ସାଧାରଣ ଲୋକ ଙ୍କ ମନରେ ବିଧାୟକ ଙ୍କ ପ୍ରତି ଅସନ୍ତୋଷ ବଢୁଥିବାର ମଧ୍ୟ ଦେଖିବାକୁ ମିଳୁଛି l ଅନ୍ୟ ପକ୍ଷରେ କହିବାକୁ ଗଲେ ନବୀନ ସରକାର ର ବିକାଶ ଧାରା ଓ ବିଭିନ୍ନ ଯୋଜନା ଗୁଡ଼ିକୁ ସଠିକ୍ ରୂପେ ଲୋକଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ l ଓଡ଼ିଶା ରେ ଏବେ ମୂଖ୍ୟ ବିରୋଧି ଦଳ ଥିବା ବିଜେପି ର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ କାଳନ୍ଦୀ ସାମଲ ଏହି ନିର୍ବାନମଣ୍ଡଳୀକୁ ବେଶ ଭଲ ଭାବେ ଜାଣନ୍ତି ଲୋକଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦେଉଥିବାରୁ ତାଙ୍କ ପଲ୍ହା ମଧ୍ଯ ଏଠି ଭାରି ଅଛି l ଗତ୨୦୧୯ ସାଧାରଣ ନିର୍ବାଚନ ରେ ଖୁବ୍ କମ୍ ବ୍ୟବଧାନ ରେ ପରାସ୍ତ ହୋଇଥିଲେ ସୁଦ୍ଧା ତାଳଚେର ନିର୍ବାଚନ ମଣ୍ଡଳୀ ରେ ତାଙ୍କର ଭଲ ଦବ୍ ଦବା ରହିଥିଲା l

ଏଥର ୨୦୨୪ ନିର୍ବାଚନ ରେ ବିଧାୟକ ଆସନ ହାତେଇବା ପାଇଁ ସଙ୍ଗଠନ କୁ ତୁଳମୂଳ ସ୍ତରରୁ ମଜବୁତ କରିବା ପାଈଁ ଆପ୍ରାଣ ଉଦ୍ୟମ ଚଲାଇଛନ୍ତି ବିଜେପି ନେତା କାଳନ୍ଦୀ ସାମଲ l ବିଜେପି ତରଫ ରୁ ଏଠାରେ ମନୋଜ କୁମାର ପ୍ରଧାନ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ରହିଛନ୍ତି l ଅନେକ ଦିନରୁ ସୂପ୍ତ ଅବସ୍ଥା ରେ ଥିବା ମନୋଜ କୁମାର ପ୍ରଧାନ ଏବେ ସାଧାରଣ ଅସହାୟ ଥିବା ଲୋକ ଙ୍କ ପାଖରେ ପହଞ୍ଚି ଲୋକ ଙ୍କ ନିକଟତର ହେବା ପାଈଁ ଚେଷ୍ଟା ଚଲାଇଛନ୍ତି l ଏଠାରେ କଂଗ୍ରେସ୍ କଥା ନକହିବା ଭଲ ଏଥି ତାଳଚେର ନିର୍ବାଚନ ମଣ୍ଡଳୀରେ ସୋଇ ପଡ଼ିଛି କଂଗ୍ରେସ l କଂଗ୍ରେସ ର ଆଶାୟୀ ପ୍ରାର୍ଥୀ ଭାବେ ପ୍ରଫୁଲ୍ଲ କୁମାର ଦାସ , କେଶବ ଭୂତିଆ କଂଗ୍ରେସ ର ପଦାଧିକାରୀ ମାନେ ଦଳ କୁ ଉଠେଇବା ପାଈଁ ଚେଷ୍ଟା କରୁଥିଲେ ମଧ୍ୟ ପାଚେରୀ ହୋଈ ରହିଛି ବିଜେପି l ଦୁଇ ଦଳ ନିଜର ସଙ୍ଗଠନ ଓ ପତିଆରା ଯାହିର କରୁଥିବା ବେଳେ କଂଗ୍ରେସ ଲଢେ଼ଇ ପାଈଁ ସାହାସ ଜୁଟେଇ ପାରୁନଥିବାର ଚର୍ଚ୍ଚା ହେଉଛି ।୨୦୨୪ ହେବାକୁ ଥିବା ସାଧାରଣ ନିର୍ବାଚନ ରେ ଏହି ଗୁରୁତ୍ଵ ପୁର୍ଣ୍ଣ ଆସନ ରୁ କେଉଁ ଦଳ ର ପ୍ରାର୍ଥୀ ବିଧାୟକ ହେଉଛନ୍ତି ତାହା ଦେଖିବା ସମୟ ସାପେଖ୍ୟ । ହେଲେ ଶାସକ ଦଳ ବିଜେଡି ରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ, ପୁରୁଣା କର୍ମୀ ଙ୍କ ପରିବର୍ତ୍ତେ ନୂତନ କର୍ମି ପ୍ରାଧାନ୍ୟ ଦେବା ବିଜେଡ଼ି ପାଈଁମହଙ୍ଗା ପଡିପାରେ ଏଵଂ ବିଧାୟକ ବ୍ରଜକିଶୋର ପ୍ରଧାନ ଙ୍କ ଜିତିବା ଉପରେ ଦଳୀୟ କନ୍ଦଳ ବାଧକ ହୋଇପାରେ ବୋଲି ମଧ୍ୟ ବିଶେଷ ସୂତ୍ର ରୁ ଜଣା ପଡେ । ତାଳଚେର ନିର୍ବାଚନ ମଣ୍ଡଳୀ ର ଅନେକ ପଂଚାୟତ ର ବିଜେପି କର୍ମୀ ବିଜେଡ଼ି ରେ ରହି ଗୃହ ଶତ୍ରୁ ଭିଭିଷଣ ର କାର୍ଯ୍ୟ କରୁଥିବାର ଦେଖା ଯାଉଛି ।ତେବେ ତାଳଚେର ବାସି ଏଭଳି ଗୋଳିଆ ଘାଣ୍ଟିଆ ପରିସ୍ଥିତି ଭିତରେ ତିନି ଦଳ ଭିତରୁ କାହାକୁ ନିଜ ବିଧାୟକ ପ୍ରାର୍ଥୀ ଭାବେ ଗ୍ରହଣ କରି ବିଜୟ ର ମୁକୁଟ ପିନ୍ଧାଉ ଛନ୍ତି ତାହା ଦେଖିବାକୁ ବାକି ରହିଲା…।

Leave a Reply

Your email address will not be published. Required fields are marked *