ଅଂଶୁଘାତ କାହିଁକି ?
ଅଂଶୁଘାତ କାହିଁକି ?
ଗୋଲୋକବିହାରୀ ବେହେରା
ପୂର୍ବେ ଅଂଶୁଘାତ ଏତେ ନ ଥିଲା
ଏବେ କଣ ପାଇଁ ଖରା ବଢିଲା।
ଏଥି ପାଇଁ ଏହି ମଣିଷ ଦାୟୀ
ଗଛ କାଟିଲା ସେ ଜଙ୍ଗଲେ ଯାଇ।
ଏତେ ଗାଡ଼ି କଣ ଆଗରୁ ଥିଲା
ଅଙ୍ଗାର କାମଳ ବାଷ୍ପ ବଢିଲା।
କଳ କାରଖାନା ଛାଡ଼ିଲେ ଧୂଆଁ
କଂକ୍ରିଟ ଜଙ୍ଗଲ ଗଢ଼ିଲ କିଆଁ ?
ଗ୍ରାମ ଚାରିପଟ ବଗିଚା ଥିଲା
ଆମ୍ବ ପଣସର ଗଛ କମିଲା।
“ଗଛ ହିଁ ଜୀବନ” ସର୍ବେ କହିବା
ପଡ଼ିଆରେ ଗଛ ଲଗାଇ ଦେବା।
ତାଳ ଗଛ ବିଲରେ ଲଗାଇବା
ବିଜୁଳି ଦାଉରୁ ରକ୍ଷା ପାଇବା ।
ବନଭୂମି ଗଛରେ ପୂରି ଯିବ
ଉତ୍ତାପ ଦାଉରୁ ରକ୍ଷା କରିବ।
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬
