ସ୍ଥାୟୀ ସମାଧାନ ପୂର୍ବରୁ କୁଆଁସ ଅର୍ଜୁନ ସେତୁକୁ କାହିଁକି ଭଙ୍ଗାଗଲା
ଭଦ୍ରକ :୧୬/୧୦:- ଭଦ୍ରକ ଜିଲ୍ଲାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ଆସୁଛି ବିକାଶମୂଳକ କାର୍ଯ୍ୟ ପାଇଁ ତାହା ସ୍ବାଗତଯୋଗ୍ୟ କିନ୍ତୁ କାର୍ଯ୍ୟର ସଠିକ ରୂପାୟନ ନହେବା ଯୋଗୁଁ ସବୁ ପ୍ରକଳ୍ପ ଏବେ ଦର ଖଣ୍ଡିଆ। ବିନା ପ୍ଲାନରେ ଚାଲିଛି କାର୍ଯ୍ୟ । ଭଦ୍ରକ ଜିଲ୍ଲାର ଜୀବନ ରେଖା କୁହା ଯାଉଥିବା ସାଳନ୍ଦୀ ନଦୀ ଏବେ ରାଜନୀତିର ଚକ୍ରବ୍ୟୁହରେ ଫସି ରହିଛି। ଅନେକ ସ୍ଥାନରେ ସାଳନ୍ଦୀ ଉପରେ ପୋଲ ନିର୍ମାଣକୁ ନେଇ କୋଟି କୋଟି ଟଙ୍କା ଚଳୁ କରାଯାଉଛି । ଏପରି ଅବସ୍ଥାରେ ସହରର ମୁଖ୍ୟ ରାସ୍ତା ଦେଇ ସଂଯୋଗ କରୁଥିବା କୁଆଁସ ଓ ଅନ୍ୟ ୧୫ଟି ୱାର୍ଡର ଲୋକେ ଅର୍ଜୁନ ସେତୁ ଉପରେ ନିର୍ଭର କରୁଥିଲେ। ବିନା ପ୍ଲାନରେ ପୋଲ ନିର୍ମାଣ ପରେ ସେଠାରେ ପ୍ରାୟ ସମୟରେ ଦଳ ଗୁଡିକ ଜମି ରହିବା ଫଳରେ ବନ୍ୟାଜଳ ନିଷ୍କାସନରେ ବାଧା ଉପୁଜୁଥିଲା , ଏହାକୁ ସଫା କରିବା ଅଳରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଚଳୁ କରାଯାଉଥିଲା । ଏହାପରେ ବିନା କାରଣରେ ,ବିନା ଗ୍ରାମବାସୀଙ୍କ ଜଣାତରେ ଏବଂ ବିନା ବିକଳ୍ପ ବ୍ୟବସ୍ଥାରେ ରାତାରାତି ପୋଲକୁ ଭାଙ୍ଗି ଦିଆଗଲା। ଅର୍ଜୁନ ନାମ ଫଳକକୁ କାଢି ଦିଆଗଲା କଣ ପାଇଁ ? ଏହାପରେ ୨୫/୦୩/୨୦୨୧ ରେ ସେଠାରେ ନେତାମାନେ ଶୁଭ ଦେଲେ ଯାହା ବହୁ ଆଡମ୍ବରରେ ଲଘୁକ୍ରିୟା ସଦୃଶ ହୋଇଥିଲା। ଲୋକଙ୍କ କଥା ଚିନ୍ତା କରାଗଲା ନାହିଁ। ସ୍ଥାନୀୟ ଲୋକେ,ସ୍କୁଲ/ କଲେଜ ପିଲା ଓ ରୋଗୀମାନେ ମେଡ଼ିକାଲକୁ ଯିବା ଆସିବା ପାଇଁ ଅଧିକ ଖର୍ଚ୍ଚ।ନ୍ତ ହୋଇ ବୁଲି ବୁଲି ଆସୁଛନ୍ତି ସେମାନଙ୍କ କଥା ଚିନ୍ତା କରୁଛି କିଏ। ଲୋକମାନେ ପ୍ରତିବାଦ କଲେ କେହି ଶୁଣିବାକୁ ନାହିଁ, ଠିକାଦାରଙ୍କ ଦର୍ଶନ ମିଳୁନାହିଁ , ଅସ୍ଥାୟୀ ପୋଲର ବ୍ୟବସ୍ଥା ନାହିଁ ,ତଥାପି ଚାଲିଛି ଶାସନ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।
