କାହିଁକି କବିତା ଲେଖେ ?

କାହିଁକି କବିତା ଲେଖେ ?

ଗୋଲୋକବିହାରୀ ବେହେରା

ପାଠକ ଯେବେ ହସି ଦିଅଇ
ଆଖି ନଚାଇ ଥରେ,
ହୃଦୟେ ମୋର ସ୍ଵତଃ ପୁଲକ
ଢେଉ ଢେଉକା ଖେଳେ।

ଛନ୍ଦ ଝରଣା ଝରଇ ଯେବେ
ପ୍ରୀତି କବିତା ଦେହେ,
କୁହୁକ ଶବ୍ଦ ପହଁରି ଯାଏ
ପାଠକ ହୃଦ ଛୁଏଁ।

ପାଠକ ଦୁଇ ବାହୁରେ ଭିଡ଼ି
ଜଡାଇ ଧରେ ଯେବେ,
ଅହମ୍ ପଣକୁ ଫୋପାଡି ଦେଇ
ନଇଁ ପଡ଼ଇ ତେବେ।

ପ୍ରତୀକ ଚିତ୍ରକଳ୍ପ ହୁଅଇ
କବିତାର ଭୂଷଣ,
ପ୍ରୀତି ବନ୍ଧନେ ପଡେ ପାଠକ
ହୁଏ ସେ କବି ପ୍ରାଣ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *