୭୧ତମ ବନଖଣ୍ଡ ସ୍ତରୀୟ ଜାତୀୟ ବନ୍ୟପ୍ରାଣୀ ସପ୍ତାହ -୨୦୨୫ ପାଳନ

୭୧ତମ ବନଖଣ୍ଡ ସ୍ତରୀୟ ଜାତୀୟ ବନ୍ୟପ୍ରାଣୀ ସପ୍ତାହ -୨୦୨୫ ପାଳନ
ରାୟଗଡ଼ା-୬/୧୦-ସୋମବାର ଦିନ ୭୧ତମ ବନଖଣ୍ଡ ସ୍ତରୀୟ ଜାତୀୟ ବନ୍ୟପ୍ରାଣୀ ସପ୍ତାହ -୨୦୨୫ ରାୟଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ।ଳୟରେ ପାଳନ କରାଯାଇଅଛି ।
“ଆସ ଆମେ ସବୁ ଶପଥ ନେବା – ବନ୍ୟପ୍ରାଣୀ ଙ୍କୁ ସୁରକ୍ଷା ଦେବା “ ଏହି ବର୍ଷର ମୁଖ୍ୟ ଶୀର୍ଷକ ବିଷୟ ଥିଲା ।
ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଗୌରାଙ୍ଗ ରାଉତ, ବନ-ତ୍ଵତ୍ତାବଧାରକ ମଞ୍ଚାସୀନ ଥିଲେ ଓ ତାଙ୍କ ଅଭିଭାଷଣରେ ଜଙ୍ଗଲ ସୁରକ୍ଷା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା କିପରି କରିବା ତାହା ଉପରେ ସେ ଆଲୋକପାତ କରିଥିଲେ ।
ଏହାପରେ ମଞ୍ଚାସୀନ ଉପ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ଓ ଉପ ବନ ସଂରକ୍ଷକ ଶ୍ରୀ ସଂଦୀପ କୁମାର ପୁଷ୍ଟି ନିଜ ଅଭିଭାଷଣରେ ନିରୀହ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ କି କି ପ୍ରକାର ପଦେକ୍ଷେପ ନିଆଯିବା ଉଚିତ ତାହା ଉପରେ ଆଲୋକପାତ କରିଥିଲେ ।
ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲ ତାଙ୍କ ଅଭିଭାଷଣରେ ଜଙ୍ଗଲ ସୁରକ୍ଷା ମାନବ ସମାଜର ଦାଇତ୍ଵ ହେବା ଉଚିତ କହିଥିଲେ । ଜଙ୍ଗଲ କମିବା ଓ ଜଙ୍ଗଲ ନିଆଁ ଦ୍ଵାରା ବନ୍ୟଜନ୍ତୁ ଗ୍ରାମ୍ୟ ମୁଖା ହେବେ ତେଣୁ ତାହାକୁ ନିୟନ୍ତ୍ରଣ କରିବାକୁ ହେଲେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ହେବ ଓ ଉପସ୍ଥିତ ଜଙ୍ଗଲକୁ ସୁରକ୍ଷା ଦେବାକୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।
ବିଗତ ଦିନମାନଙ୍କରେ ରାୟଗଡା ବନଖଣ୍ଡର ୭ ଗୋଟି ବନାଞ୍ଚଳରେ ବନାଞ୍ଚଳସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ଏଥିରେ କନିଷ୍ଠ ବର୍ଗ ( ୫ ମ ଠାରୁ ୭ ମ ଶ୍ରେଣୀ) ର ଛାତ୍ର ଛାତ୍ରୀ ଙ୍କ ସକାଶେ “ହାତୀ ସହିତ ରହିବା“ ଓ ବରିଷ୍ଠ ବର୍ଗ (୮ ମ ଠାରୁ ୧୦ ମ ଶ୍ରେଣୀ ) ର ଛାତ୍ର ଛାତ୍ରୀ ଙ୍କ ସକାଶେ “ଓଡ଼ିଶା ର ଜଳଚର ପ୍ରାଣୀ” ଚିତ୍ରାଙ୍କନ ପ୍ରତିଯୋଗିତା ର ବିଷୟ ଥିଲା ।
ଏହି ବନଖଣ୍ଡ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ ନିମ୍ନ ଲିଖିତ ଉତ୍ତୀର୍ଣ ଛାତ୍ର ଓ ଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନେ ଟ୍ରୋଫ଼ି ସହ ସାର୍ଟିଫିକେଟ ପ୍ରଦାନ କରିଥିଲେ ।
ବରିଷ୍ଠ ବର୍ଗ ର ଉତ୍ତୀର୍ଣ ଛାତ୍ର ଛାତ୍ରୀ
୧. ପ୍ରଥମ ସ୍ଥାନ – ତପସ୍ଵିନୀ କାଡ୍ରାକା , ୧୦ ମ , ଓଡ଼ିଶା ଆଦର୍ଶ ବିଦ୍ୟାଳୟ , କୋଲନରା, ରାୟଗଡା
୨ ଦ୍ଵିତୟ ସ୍ଥାନ – ସମୀରାରାଣୀ ଗୌଡ , ୯ ମ , St , ଜାଭିୟର ଉଚ୍ଚ ବିଦ୍ୟାଳୟ , ରାୟଗଡା
୩. ତୃତୀୟ ସ୍ଥାନ – ପରିସ୍ମିତା ବିଡିକା , ୯ ମ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ରାୟଗଡା
କନିଷ୍ଠ ବର୍ଗ ର ଉତ୍ତୀର୍ଣ ଛାତ୍ର ଛାତ୍ରୀ
୧. ପ୍ରଥମ ସ୍ଥାନ – ଶୃତି ବେହେରା , ୭ ମ , ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ଜମାରାଗୁଡା , ମୁନିଗୁଡା ।
୨ ଦ୍ଵିତୟ ସ୍ଥାନ – ବିନ୍ଦୀଆ ଶବର , ୭ ମ , ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ଗୁଣୁପୁର ।
୩. ତୃତୀୟ ସ୍ଥାନ –ଅଦ୍ୟସା ପ୍ରଧାନ , ୬ ଷଷ୍ଠ , sacred heart ବିଦ୍ୟାଳୟ , ରାୟଗଡା
ଏହି ପ୍ରତିଯୋଗିତା ଶ୍ରୀ କମେଶ୍ଵର ଆଚାରୀ , ବନାଞ୍ଚଳ ଅଧିକାରୀ , ରାୟଗଡାଙ୍କ ଦ୍ବାରା ସୁ ପରିଚାଳିତ ହୋଇଥିଲା । ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *