ସତ ଖୋଲିବ ନା ଦୁର୍ନୀତିକୁ ସୁରକ୍ଷା ଦେବ ଡବଲ ଇଞ୍ଜିନ ସରକାର ।

ହିଞ୍ଜିଳିକାଟୁ ୧୭/୦୨/୨୬ ଗୋଟିଏ ଗାଁରୁ ମୁଖ୍ୟ ସଡ଼କକୁ ସୁବିଧାରେ ଯାତାୟତ ସୁବିଧାନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡ଼କ ଯୋଜନା ହୋଇଛି।କିନ୍ତୁ ରାସ୍ତାର ପିଚୁରାସ୍ତା ନିର୍ମାଣକାର୍ଯ୍ୟ ୨ମାସ ପରେ ଘାସ ଉଠିବା ଆରମ୍ଭ ହେଲାଣି । ଏପରିକା ଦୃଶ୍ୟ ଗଞ୍ଜାମ ଜିଲ୍ଲାର ସହକାରୀ ବିଭାଗୀୟ କାର୍ଯ୍ଯାଳୟ ଗ୍ରାମ୍ଯ ନିର୍ମାଣ ବିଭାଗ ହିଞ୍ଜିଳିକାଟୁ ଅଧିନରେ ଥିବା ପ୍ରଧାନମନ୍ତ୍ରୀ ସଡ଼କରେ ଘାସ ବ୍ୟାପିବା ଦେଖିବା ମିଳିଛି ।ଖବରମୁତାବକ ରହିଥିବା ସୁଚନା ଫଳକନୁସାରେ ରାସ୍ତାର ନାମ- ମହୁରି କଣା ଶେରଗଡ଼ ବ୍ଲକ୍ ବର୍ଡର ଠାରୁ ଖରିଡ଼ା ଜଙ୍କସନ ଭାୟା ସୋମ‌ପୁର ଜଙ୍କସନ୍ ଏନ୍.ଏଚ୍ ଜଙ୍କ ସନ୍(ଘୋଡା଼ହାଡ଼ ନଦୀ ବନ୍ଧ) OR-1-535 ମୋଟ ଦୈର୍ଘ୍ୟ . ୬.୨୩୦ କି.ମି ପିଚୁରାସ୍ତ୍ରୀ- ୬.୦୨୦ କି.ମି କଂକ୍ରିଟ ରାସ୍ତା ୦.୨୧୦ ରାସ୍ତାକାର୍ଯ୍ଯ ଶେଷ ହୋଇଥିବା ଉଲ୍ଲେଖ ରହିଥିବା ବେଳେ ରାସ୍ତାର ପିଚୁରାସ୍ତା କାର୍ଯ୍ୟ ଚଳିତ ବର୍ଷର ୨ମାସ ପୂର୍ବରୁ ଶେଷ ହୋଇଛି । ପ୍ରଥମରୁ ଉକ୍ତ ସଡ଼କ ଉପରେ ଯେତିକି ପରିମାଣରେ ମାଟି ମୋରମ ପକାଇ ରାସ୍ତର ଓସାରିଆ ଓ ଉଚ୍ଚତା ରହିବାର ବ୍ୟବସ୍ଥା ରହିବା ଦରକାର ଥିଲା ତାହା କରାନଯାଇ ପୁର୍ବରୁ ଥିବା ରାସ୍ତର ମାଟିକୁ ତାଡି ସମତଳ କରାଯାଇଛି ।

ସେହିଭଳି ଉକ୍ତ ସଡକଟିର କାର୍ଯ୍ୟ ଆରମ୍ଭ ଓ ଶେଷ ହେବା ଏବଂ ରକ୍ଷଣାବେକ୍ଷଣକୁ ଯଦି ଅନୁମାନ କରାଯାଏ ତେବେ ରକ୍ଷଣାବେକ୍ଷଣ ନେଇ ହୋଇଥିବା ବାର୍ଷିକ ଅଟକଳ ମଧ୍ୟ ବାଟମାରଣା ହେବା ସମ୍ଭାବନା ରହିଛି । ଯାହାକି ଆର୍ଥିକ ବର୍ଷ ୨୧/୦୬/୨୩ ଠାରୁ ୨୨/୦୭/୨୮ ଥିବା ରକ୍ଷଣାବେକ୍ଷଣ ସମୟରେ ମେଟାଲ ରୋଡକୁ ଗତବର୍ଷ ଜୁନ ମାସରେ ମେଟାଲ ଓ ମୋରମ ଦ୍ବାରା ମରାମତି କାର୍ଯ୍ୟ ଶ୍ରମିକମାନେ କରୁଥିଲେ । ବର୍ତ୍ତମାନ ପିଚୁରାସ୍ତା ନିର୍ମାଣ କାର୍ଯ୍ୟ ୨ମାସ ହେଲା ଶେଷ ହୋଇଛି । ଉକ୍ତ ରାସ୍ତାକାର୍ଯ୍ଯର ଗୁଣମାନ ନିଶ୍ଚିତିତା ବିଭାଜନ ପକ୍ଷରୁ ଅଧିକାରୀମାନେ ଗୁଣାତ୍ମକ ପରୀକ୍ଷା କରିଥିବା ସ୍ଥଳର ଅତିନିକଟ ସ୍ଥାନରୁ ଘାସ ଉଠିଥିବା ଓ ରାସ୍ତର ପାର୍ଶ୍ବରେ ଥିବା ପୋଲ ନିର୍ମାଣ କରାନଯାଇ ନାହିଁ । ଫଳରେ ରାତ୍ରି ସମୟରେ ଦୁର୍ଘଟଣା ଘଟିବା ସମ୍ଭାବନା ରହିଛି । ଯାହା ଦ୍ବାରା ଗୁଣମାନ ନିଶ୍ଚିତିତା ବିଭାଜନ ଅଧିକାରୀଙ୍କ ପରୀକ୍ଷା ନିରୀକ୍ଷା ଉପରେ ସନ୍ଦେହ ସୃଷ୍ଟି କରିଛି । ତେବେ ନିମ୍ନମାନର ପିଚୁରାସ୍ତା କାର୍ଯ୍ଯ ଉପରେ ଘାସଗଛ ଉଠିବା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ବେଳେ ଜୈନିକ ଯନ୍ତ୍ରୀଙ୍କ ଉପଦେଶରେ ରାସ୍ତାରେ ଘାସମରା ଔଷଧ ସିଞ୍ଚନ କରୁଥିବା ନେଇ ଆଖିପାଖ ଅଞ୍ଚଳରେ ଚର୍ଚ୍ଚା ହେଉଛି । ପ୍ରକାଶ ଥାଉକି ଚଳିତ ବର୍ଷର ମାର୍ଚ୍ଚ ମାସରେ ହିଞ୍ଜିଳି ବ୍ଳକର ଗ୍ରାମ୍ଯ ରୋଡର ଶେଷ ହୋଇଥିବା ପିଚୁରାସ୍ତରୁ ୨ଦିନ ନପରୁଣୁ ଫଡାଫଡା ହୋଇ ରାସ୍ତାରେ ଚୋପା ଛାଡୁଥିବା ବେଳେ ଅଧିକାଂଶ କଂକ୍ରିଟ ଗାର୍ଡଓ୍ବାଲ ନିର୍ମାଣ କାର୍ଯ୍ୟ ବେଳେ ଭାଇବେଟର ମେସିନ ସାହାଯ୍ୟରେ ନୁହେଁ ବାଡିରେ କାର୍ଯ୍ୟ ହୁଏ କିନ୍ତୁ ଭାଏବେଟର ମେସିନ ଦେଖାଇବା ପାଇଁ ବ୍ଯବହାର ହୋଇଥାଏ । ଯଦି ଭିଜିଲାନ୍ସ ବିଭାଗ ପକ୍ଷରୁ ଉକ୍ତ ପ୍ରଧାନମନ୍ତ୍ରୀ ସଡକ ଉପରେ ତଦନ୍ତ ହୁଏ ତେବେ ରାସ୍ତାକାର୍ଯ୍ଯର ଗୁଣମାନତାକୁ ପଦାରେ ଆସିବା ବୋଲି ସ୍ଥାନୀୟ ଜନସାଧାରଣ ଦାବି ରଖିଛନ୍ତି ।

Leave a Reply

Your email address will not be published. Required fields are marked *