ସମଗ୍ର ରାଜ୍ୟରେ ବିତର୍କର ବିଜେତା ବିଶ୍ୱବିଜିତା
ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ବକୃତା ପ୍ରତିଯୋଗିତା ରେ ନୟାଗଡ଼ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗିତାରେ ଭାଗନେଇଥିଲେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ ସପ୍ତମ ଶ୍ରେଣୀ ଛାତ୍ରୀ ବିଶ୍ୱବିଜିତା ମହାନ୍ତି ସମସ୍ତ ଜିଲ୍ଲାରୁ ପ୍ରଥମ ସ୍ଥାନର ପ୍ରତିନିଧି ମାନଙ୍କୁ ପଛରେ ପକାଇ ବକୃତା ବିଜେତା ବିଶ୍ୱବିଜିତା | ପୂର୍ବରୁ ନୟାଗଡ଼ର ପ୍ରତିଭା ଏହି କୁନି ଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣକରି ଉତ୍କଳଜ୍ୟୋତି ସନ୍ନମାନ ର ଅଧିକାରୀ ହୋଇଥିବା ସାଙ୍ଗକୁ ବିଜ୍ଞାନମେଳାରେ ପ୍ରଥମ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲାକୁ ଗୌରବପୂର୍ଣ୍ଣ ମହିମା ମଣ୍ଡନ କରିଛନ୍ତି |ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ସହିତ, ଗୀତାଶ୍ଳୋକ ଆବୃତ୍ତି ଓ କୁଇଜ଼ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲାର ସୁନାମ ଅକ୍ଷୁର୍ଣ ରଖିଛନ୍ତି | ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ବାର୍ଷିକ ଉତ୍ସବରେ ବିଦ୍ୟାଳୟ ତରଫରୁ ପ୍ରଦତ୍ତ ବିଦ୍ୟାଳୟର ଗର୍ବ ଓ ଗୌରବ ସନମାନକୁ ବଜାୟ ରଖିଛନ୍ତି | ଏହି ଖବର ଶୁଣି ନୟାଗଡ଼ର ବୁଦ୍ଧିଜୀବୀ, ବିଦ୍ୟାଳୟର ଗୁରୁଜୀ, ଗୁରୁମା, ସାହିତ୍ୟିକ, ଲେଖକ ମହଲରେ ଖୁସିର ଲହରୀ ଖେଳିଯାଇଛି |
