ଘନ କୁହୁଡି ର ଚାଦର ରେ କନ୍ଧମାଳ
କନ୍ଧମାଳ ଅଞ୍ଚଳ କୁ ଛୁଇଁଲାଣି ପହିଲି ଶୀତ । ଶୀତ ସାଙ୍ଗକୁ ଶୀତୁଆ ସକାଳର କୁହିଡି ର ଭରପୁର ମଜା ନେଉଛନ୍ତି ଅଞ୍ଚଳବାସୀ । ସକାଳୁ ସକାଳୁ ମର୍ଣି ଓ୍ବାକ୍ କରିବା ସହ ବିଭିନ୍ନ ପଡିଆରେ ବ୍ୟାୟାମ କରି ନିଜ ଶରୀରକୁ ଫିଟ୍ ରଖିବା ପାଇଁଁ ପ୍ରୟାସ ଆରମ୍ଭ କଲେଣି ଲୋକେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାରଦ ଧିରେଧିରେ ଖସିବାରେ ଲାଗିଲାଣି । ତେବେ ଆଗକୁ ପାରଦ ଖସିବା ସହ ଅଞ୍ଚଳରେ ଆହୁରି ଅଧିକା ଶୀତ ଅନୁଭୂତ ହେବ ବୋଲି ଅଞ୍ଚଳବାସୀଙ୍କ ମନରେ ଏବେଠୁ ଆଶା ସଂଚାର ହେଲାଣି । ସେପଟେ ଶୀତ ଆରମ୍ଭରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଜିଲ୍ଲାର ଓଡ଼ିଶା ର କାଶ୍ମୀର କୁହାଯାଉଥିବା ଦାରିଂବାଡ଼ି , ମଣ୍ଡାଶରୁ କୁଟି ଭଳି ପର୍ଯ୍ୟଟନସ୍ଥଳ କୁ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ଦେଖିବାକୁ ମିଳିଲାଣି ।
