ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ
ଆଠମଲ୍ଲିକ,୧୫/୧୨ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ରେ କାର୍ଯ୍ୟରତ ଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶୀତ ବସ୍ତ୍ର କମଳ ଓ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି।

ଠାକୁରଗଡ଼ ପଞ୍ଚାୟତ ର ଠାକୁରଗଡ଼ ଖଇରାସାହି, ଯୁଗୀବନ୍ଧ,ଅରଖକୁଦ ଗ୍ରାମରେ ଥିବା ଗରିବ ଅବହେଳିତ ନିଷ୍ପେସିତ ନିରୀହ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ, ବିକଳାଙ୍ଗ ବ୍ୟକ୍ତି ବିଶେଷ ଙ୍କୁ ଚିହ୍ନଟ କରି ଯୁଗୀବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରାଙ୍ଗଣରେ ୧୦୦ ରୁ ଉର୍ଦ୍ଧ କମଳ ସହିତ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି l ସଙ୍ଘ ର ଏପରି ମହତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସୀ ସାଧୁବାଦ ଜଣାଇଛନ୍ତି l ସଂଘର ସଭାପତି ରଘୁନାଥ ରଣା ଙ୍କ ନେତୃତ୍ୱ ରେ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଭ୍ୟ ଶ୍ରୀ ନୀଳକଣ୍ଠ ବାଘ,ବୀରବର ନାୟକ,ଗୋବର୍ଧନ ସାହୁ, ବିଭୁତି ଭୂଷଣ ସାହୁ,ମନୋଜ କୁମାର ସାହୁ,ଅଜୟ କୁମାର ସାହୁ,ଅନାମ ବେହେରା, ବୁଲୁ ଭୋଇ,କାଳନ୍ଦୀ ଭୋଇ, ଚକ୍ରଧର ବେହେରା,ପ୍ରଶନ ଭୋଇ, ଚନ୍ଦନ ବେହେରା,ତୋଫାନ ଭୋଇ,ମଣ୍ଟୁ ନାୟକ,ମିଲୁ ନାହାକ ମିଳିତ ଭାବେ ସହଯୋଗ କରିଥିଲେ l
