ଶୀତ ମାଉସୀ
ଶୀର୍ଷକ -ଶୀତ ମାଉସୀ
ରୀତାରାଣୀ ଦାଶ
ବାଲେଶ୍ୱର
ଫେରନ୍ତା ଶରତ ଉପହାର ଦିଏ
ଥଣ୍ଡା, କୋହଲାର ଦିନ
ପୃଥିବୀର ଗତି ଋତୁ ଚକ୍ର ସ୍ଥିତି
ଶୀତକରେ ଆଗମନ
ସକାଳ ସଞ୍ଜର ବାଆ,
ଶୀତ ମାଉସୀର ଆଗମନ କଥା
ଜଣାଇ ଦିଅଇ ଆହା |
ଯେତେବେଳେ ଧରା ଦୂରେ ହୁଏ ଠିଆ
ସୂରୁଜ ଦେବତା ଠାରୁ
ଶୀତ ମାଉସୀ ଯେ ମୁରୁକି ହସିଣ
ଆଉଁସି ଦିଏ ପାଖରୁ
ଧବଳ ରଙ୍ଗ ତୁଷାର,
ଆଚ୍ଛାଦନ କରେ ଧରଣୀ ବକ୍ଷରେ
ସୌନ୍ଦର୍ଯ୍ୟ ରେ ମନୋହର |
ଶୀତ ଉପସ୍ଥିତି ସ୍ୱାଗତ ଯେ ଚାଷୀ
ଫୁଲ ଫଳ ଶସ୍ୟ ରାଶି
ଧରଣୀ ବକ୍ଷରେ ଅଜାଡି ପଡଇ
ଭୋଜନେ ଲଭନ୍ତି ଖୁସି
ବୃଦ୍ଧ ବୃଦ୍ଧା ପ୍ରଭାବିତ,
ଶୀତର ପ୍ରକୋପ ପ୍ରାଣେ ଦିଏ ଦୁଃଖ
ଅସହ୍ୟ ଅଟେ ବହୁତ |
ଅତ୍ୟଧିକ ଥଣ୍ଡା ସ୍ୱାସ୍ଥ୍ୟ ପ୍ରତି ବାଧା
ସୁରକ୍ଷିତର ଉପାୟ
ଗରମ ପୋଷାକ ରେଜେଇ କମଳ
ଦରିଦ୍ର ଯେ ଅସହାୟ
ନିଆଁ ଜାଳି ସେକି ହୋଇ,
ଜାଡ ପ୍ରକୋପରୁ ରକ୍ଷା ପାଇବାକୁ
କରୁଥାନ୍ତି ତ୍ରାହି ତ୍ରାହି |
