ବଜ୍ରାଘାତରେ ମହିଳାଙ୍କର ମୃତ୍ୟୁ
ବଜ୍ରାଘାତରେ ମହିଳାଙ୍କର ମୃତ୍ୟୁ।
କାକଟପୁର, ୧୨/୭- ପୁରୀ ଜିଲ୍ଲା କାକଟପୁର ଥାନା ଅଧିନସ୍ଥ ନାଶିକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଖରିପଡ଼ିଆ ଗ୍ରାମରେ ଶନିବାର ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି l ମହିଳା ଜଣକ ହେଲେ ଉକ୍ତ ଗ୍ରାମର କାମିନୀ ସ୍ୱାଇଁ (୬୦) । ବର୍ଷା ହେବା କାରଣରୁ କାମିନୀ ବିଲକୁ ଗାଈ ଆଣିବାକୁ ଯାଇଥିବାବେଳେ ହଠାତ୍ ବଜ୍ରପାତ ହୋଇଥିଲା l ଯାହା ଫଳରେ ସେଠାରେ ସେ ଟଳି ପଡ଼ିଥିଲେ।ଖବର ପାଇ ପରିବାର ଲୋକେ କାମିନୀଙ୍କୁ ନିକଟସ୍ଥ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି l
