ସାପ କାମୁଡା ରେ ମହିଳାଙ୍କ ମୃତ୍ୟୁ।

କୋଣାର୍କ ତା ୨୭/୦୭:ପୁରୀ ଜିଲ୍ଲା କୋଣାର୍କ ଅନ୍ତର୍ଗତ ମାଟିଆପଡା ଗ୍ରାମର ଶ୍ରୀମତୀ ବୈଦେହୀ ବେହେରା ଙ୍କର ୩୬ବର୍ଷ ବୟସ ରେ ବିଷାକ୍ତ ସାପ କାମୁଡ଼ାରେ ଭୁବନେଶ୍ୱର ରେ ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସାଧୀନ ଅବସ୍ଥାରେ ତା ୨୫/୦୭/୨୦୨୫ରିଖ ରେ ମୃତ୍ୟୁ ହୋଇ ଯାଇଅଛି।ଗତ ତା ୨୧/୦୭ ରେ ତାଙ୍କ ବାଡିରୁ ପରିବା ତୋଳିବା ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡି ଥିଲା। ତାଙ୍କୁ ସଂଗେ ସଂଗେ କୋଣାର୍କ ଡାକ୍ତରଖାନା ପରେ ଗୋପ ଓ ଉର୍ନତ ଚିକିତ୍ସା ନିମନ୍ତେ ସମ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ମୃତ୍ୟୁ ରେ ପରିବାର ଓ କୋଣାର୍କ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ପରିବାର କୁ ତୁରନ୍ତ ସରକାରଙ୍କ ତରଫରୁ ଆର୍ଥିକ ସାହାର୍ଯ୍ୟ ଯୋଗାଇଦେବାକୁ ଅଂଚଳ ବାସିଙ୍କ ତରଫରୁ ଦାବି।

Leave a Reply

Your email address will not be published. Required fields are marked *