ଥାନାରେ ଫିନାଇଲ ପିଇଲେ ମହିଳା ଅହମ୍ମଦାବାଦରୁ ୫ କୋଟି ଠକି ଓଡ଼ିଆ ସ୍ବାମୀ ଫେରାର୍

ନ୍ୟାୟ ପାଇଁ ଅହମ୍ମଦାବାଦରୁ ଆସି ଭଦ୍ରକ ଜିଲ୍ଲା ବଡ ଥାନାର ଦ୍ଵାରସ୍ଥ ହୋଇଥିଲେ । ତାଙ୍କୁ ପୁଲିସ ହତାଦର କଲା। ଏସ୍‌ପିଙ୍କ ଦରବାରକୁ ଆସିଥିଲେ । ୧୫ ଦିନ ପରେ ପୁଣି ଜିଲ୍ଲାପାଳଙ୍କୁ ଭେଟିଥିଲେ।ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଭେଟିବାକୁ ଉଦ୍ୟମ କରି ନିରାଶ ହୋଇଥିଲେ । କେଉଁଠି ନ୍ୟାୟ ମିଳିଲା ନାହିଁ । ଚାରିଆଡୁ ନିରାଶ ହେବା ପରେ ଜଣେ ମହିଳା ବନ୍ତ ଥାନାରେ ଫିନାଇଲ ପିଇ ଗୁରୁତର ହୋଇଛନ୍ତି । ମହିଳା ଜଣକ ହେଲେ ଗୁଜରାଟ ରାଜଧାନୀ ଅହମ୍ମଦାବାଦ ସହରର ନ୍ୟୁ ରୁମିପୁର ଅଞ୍ଚଳର ହୀରାଲବେନ ହସମୁଖଲାଲ ମୋଦି (୩୩)। ପୁଲିସ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି। ମହିଳାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ପୁଲିସ ହେୟ ମଣିବା ଦ୍ବାରା ଆଜି ଏଭଳି ସ୍ଥିତି ହେଲା ବୋଲି ଅଭିଯୋଗ ହୋଇଛି ହୀରାଲବେନ ସେଠାକାର ଏକ ଘରୋଇ କମ୍ପାନିରେ ଜଣେ ବରିଷ୍ଠ ଅଧିକାରୀ ପଦରେ ଚାକିରି କରୁଥିଲେ। ୨୦୧୯ରେ ଭଦ୍ରକ ଜିଲ୍ଲା ବଡ ଥାନା ଅଧୀନ ନରସିଂହପୁର ଗ୍ରାମର ପ୍ରଦୀପ ନାୟକଙ୍କ ପୁଅ ମନୋଜଙ୍କ ସହ ହୀରାଲବେନଙ୍କ ଭେଟ ଅହମ୍ମଦାବାଦରେ ହୋଇଥିଲା। ମନୋଜକୋଟିପତି ଘରର ପିଲା ବୋଲି କହି ତାଙ୍କ ସହ ବନ୍ଧୁତା ବାନ୍ଧିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। କିଛିମାସ ପରେ ଉଭୟ ବିବାହ କରିଥିଲେ । ବିବାହର ଏକ ମାସ ପରେ ମନୋଜ ନିଜ ଓଡ଼ିଶା ବିଜନେସ ବାବଦରେ ସୁନେଲି ସ୍ୱପ୍ନ ଦେଖାଇ ବହୁବାରମନୋକ ଫୋନ୍ ଉଠାଇ କହୁଥିଲେ ବ୍ୟସ୍ତ ହୁଅନାହିଁ, ମୁଁ ବାପାଙ୍କ ଆଳୁ ପିଆଳ ବ୍ୟବସାୟ ସମ୍ଭାଳିବାରେ ବ୍ୟସ୍ତ ଅଛି । ପୁରୁସତ ହେଲେ ତୁମପାଖକୁ ଫେରିଯିବି ଓ ଟଙ୍କା ତ’ ଆମ ଘରର ତେଣୁ ତୁମେ କାହିଁକି ଚିନ୍ତା କରୁଛ ? । ଏମିତି କହି ହୀରାଲବେନଙ୍କ କେବଳ ଆଶ୍ୱାସଙ୍କ ଦେଇଥିଲେ । ମାତ୍ର ଅଳ୍ପଦିନ ପରେ ହୀରାଲାବେନଙ୍କ ଯୋଗାଯୋଗ ସମ୍ଭବ ହୋଇନ‌ଥିଲା । ସେ ଫୋନ୍ ଉଠାଉନଥିଲେ ବିଭିନ୍ନ ବାହାନାରେ ସ୍ତ୍ରୀ ହୀରାଲବେନ୍‌ଙ୍କ ଠାରୁ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଆଣିଥିଲେ। ଏତେ ପରିମାଣର ଟଙ୍କା ହଡ଼ପ କରିବା ପରେ ସ୍ତ୍ରୀ ସହ ଆଉ କିଛି ସମ୍ପର୍କ ନରଖି ମନୋଜଅହମ୍ମଦାବାଦ୍ ଛାଡ଼ି ଦେଲେ। ୨ ବର୍ଷ ତଳୁଓଡ଼ିଶା ଆସିଆଉଫେରିନାହାନ୍ତି। ସ୍ତ୍ରୀ ଯେତେବେଳେ ଫୋନ୍ କରୁଥିଲେ । ଅଭିଯୋଗ କରିବାରେ ପୁଲିସ ଏକ ମାମଲା କରିଛି । ହେଲେ ମନୋଜ ଫେରାର ଅଛି। ତାଙ୍କୁ ନ୍ୟାୟ ଦେଉନି। ସେବେଠୁ ଗିରଫ ଭୟରେ ଶାଶୂଘର ଲୋକ ବି ଫେରାର। ଘରେ କେବଳ ବୁଢୀ ଲୋକ ଜଣେ ଅଛନ୍ତି ।ଏହି ମାମଲାକୁ ନେଇ ହୀରାଲବେନ୍‌ ବନ୍ତ ଥାନାକୁ ବାରମ୍ବାର ଦୌଡ଼ି ନିରାଶ ହୋଇଥିଲେ। ଏସପିଙ୍କୁ ୪ ଥର ଭେଟିବାକୁ ଆସିଛନ୍ତି। ଡିସେମ୍ବର ୧୦ ତାରିଖ ଏସ୍‌ପିଙ୍କ ଦରବାରରୁ ଫେରି ଭୁବନେଶ୍ୱର ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଭେଟ ପାଇ ପାରି ନଥିବା ସେ କହିଛନ୍ତି। ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଫେରାର ସ୍ୱାମୀକୁ ଠାବ କରିବା ହକ୍ ପାଇଁ ଗଣମାଧ୍ଯମ ଆଗରେ ନେହୁରା ହୋଇଥିଲେ।ଦୀର୍ଘ ୬ ମାସ ହେଲା ଭଦ୍ରକରୁ ଭୁବନେଶ୍ୱର ବୁଲି । ନ୍ୟାୟ ମାଗି ଆସୁଛନ୍ତି। ଶେଷରେ ବନ୍ତ ଥାନାକୁ ଯାଇ ଫିନାଇଲ ପିଇଥିବା ଜଣାପଡ଼ିଛି। ଜଣେ ଅଣ ଓଡ଼ିଆ ମହିଳା ଏତେ ସଂଘର୍ଷ ପରେ ପୁଲିସ ଉପରୁ ଭରସା ତୁଟାଇବା ମହିଳାଙ୍କ ପ୍ରତି ପୁଲିସ କେତେ ଯତ୍ନଶୀଳ ବୋଲି ସ୍ଥାନୀୟ ଲୋକେ ସମାଜସେବୀମାନେ କହିଛନ୍ତି। ଘଟଣା ସମ୍ପର୍କରେ ଅତିରିକ୍ତ ଏସପି (ଡିଆଇବି) ଅଂଶୁମାନ ଦ୍ବିବେଦୀ କହିଛନ୍ତି, ମହିଳାଙ୍କ ସ୍ବାମୀ ଫେରାର ଅଛନ୍ତି। ଟିମ ଦ୍ଵାରା ତାଙ୍କୁ ଖୋଜା ଚାଲିଛି। ମହିଳାଙ୍କୁ। ନ୍ୟାୟ ମିଳିବ। ସୂଚନାଯୋଗ୍ୟ ଉଭୟଙ୍କର ୩ ବର୍ଷର ପୁତ୍ର ସନ୍ତାନ ରହିଛି।

Leave a Reply

Your email address will not be published. Required fields are marked *