ବୃନ୍ଦାବତୀଙ୍କ ନିକଟରେ ପଞ୍ଚୁକବ୍ରତ ପାଳନ କଲେ ମହିଳା

କାକଟପୁର -୨୬/୧୧ ପୌରାଣିକ ମତବାଦରେ ୧୨ମାସ ମଧ୍ୟରେ କାର୍ତ୍ତିକ ମାସକୁ ପବିତ୍ର ଓ ଧାର୍ମିକମାସ ଭାବେ ପାଳନ କରାଯାଏ।ଏହି ମାସରେ ହବିଷ୍ୟାଅନ୍ନ ଭକ୍ଷଣ କରି ପ୍ରାୟ ପୁରୁଷ ଓ ମହିଳା ମାନେ ବ୍ରତ ପାଳନ କରନ୍ତି। କିନ୍ତୁ ସମସ୍ତେ ମାସଟା ଯାକ ବ୍ରତ ନ ରଖି ପାରିଲେ ସାଧାରଣତଃ ମାସର ଶେଷ ୫ଦିନ ବ୍ରତ ରଖି ପଞ୍ଚୁକବ୍ରତ ପାଳନ କରିବା ବିଧି ଓଡ଼ିଶାର ଗ୍ରାମାଞ୍ଚଳ ମାନଙ୍କରେ ଦେଖିବାକୁ ମିଳେ। ଏକାଦଶୀ ତିଥିରୁ ଏହି ବ୍ରତ ରଖିଥିବା ମହିଳା ମାନେ ଅମୃତ ସ୍ନାନ କରି ସମୁହ ଭାବରେ ବୃନ୍ଦାବତୀଙ୍କ ଚତୁଃପାର୍ଶ୍ଵରେ ପଞ୍ଚବର୍ଣ୍ଣି ମୁରୁଜରେ ଝୋଟି ପକାଇ ପରିବାରର ମଙ୍ଗଳ କାମନା କରି କାର୍ତ୍ତିକେୟଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଥାନ୍ତି।ପଞ୍ଚୁକ ବ୍ରତର ଧାର୍ମୀୟ ଭାବନା ମହିଳା ମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ସହିତ ପରସ୍ପର ମଧ୍ୟରେ ଆନ୍ତରିକତା ବୃଦ୍ଧିରେ ସହାୟକ ହୋଇଥାଏ।

Leave a Reply

Your email address will not be published. Required fields are marked *